ଗୁଗୁଲ୍‌ରେ ଖରାପ ବଲିଉଡ୍‌ ଅଭିନେତା ବୋଲି ସର୍ଚ୍ଚ କଲେ ବାହାରୁଛି ସଲୁ ମିଆଙ୍କ ନାମ, ‘ରେସ୍‌-୩’ ପରେ ହୋଇଛି କି ଏହି ଦଶା?

ଗୁଗୁଲ୍‌ରେ ଖରାପ ବଲିଉଡ୍‌ ଅଭିନେତା ବୋଲି ସର୍ଚ୍ଚ କଲେ ବାହାରୁଛି ସଲୁ ମିଆଙ୍କ ନାମ, ‘ରେସ୍‌-୩’ ପରେ ହୋଇଛି କି ଏହି ଦଶା?

ମୁମ୍ବାଇ: ‘ରେସ୍‌-୩’ର ଅଭୂତପୂର୍ବ ବ୍ୟବସାୟିକ ସଫଳତା ପରେ ବି ଯାହା ଦେଖିବାକୁ ମିଳିଛି ତାହା ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ଦୁଃଖି କରିଥିବ ନିଶ୍ଚୟ। ଏକଥା ସମେସ୍ତ ଜାଣନ୍ତି ସେ ସଲୁ ମିଆଁ ହେଉଛନ୍ତି ବଛା ବଛା କେତେ ଜଣ ବଲିଉଡ୍‌ ଷ୍ଟାର୍‌ଙ୍କ ମଧ୍ୟରୁ ଅନ୍ୟତମ। କେବଳ ତାଙ୍କର ଲୁକ୍‌ କିମ୍ବା ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ ବରଂ ଆକର୍ଷଣୀୟ ଅଭିନୟରେ ବି ଅନେକ ପାଗଳ। ମାତ୍ର ଏତେ ସବୁ ପରେ ବି ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଗୁଗୁଲ୍‌ରେ ସବୁଠାରୁ ଖରାପ ଅଭିନେତା( worst bollywood actor) ବୋଲି ସର୍ଚ କଲେ ଦେଖିବାକୁ ମିଳୁଛନ୍ତି ଦବଙ୍ଗ ବୟ। ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ଗୁଗଲ୍‌ରେ ଯାହା ସବୁଠାରୁ ବେଣି ସର୍ଚ ହୁଏ ତାହା ଆପେ ଆପେ ପ୍ରାୟ ଫିଡ୍‌ ହୋଇ ରହିଯାଏ। ତାହେଲ ଏବେ ପ୍ରଶ୍ନ ଉଠୁଛି ଯେ ସଲୁ ମିଆଙ୍କୁ ଲୋକେ ସବୁଠାରୁ ଖରାପ ଅଭିନେତା ବୋଲି କାହିଁକି ସର୍ଚ କରୁଛନ୍ତି!

publive-image

ନିକଟରେ ‘ରେସ୍‌-୩’ ଦେଖିବା ପରେ ଦର୍ଶକେ ସଲମାନଙ୍କ ଉପରେ ଟିକେ ଖପା ଅଛନ୍ତି। ରେମୋ ଡି ସୌଜାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ସେତେଟା ଆତ୍ମସନ୍ତୋଷ ଦେଇପାରିନଥିବା ହେତୁ ଟୁଇଟର୍‌ ୫୨ ବର୍ଷିଅ ସଲମାନଙ୍କୁ ଟ୍ରୋଲ୍‌ କରିଛନ୍ତି ଟୁଇଟର୍‌ ବ୍ୟବହାରକାରୀ। ବ୍ୟବହାରକାରୀ ଆହୁରି ବି ଲେଖିଛନ୍ତି ଯେ ନିଜର ଅର୍ଥ ବଞ୍ଚାନ୍ତୁ ଏବଂ ‘ରେସ୍‌-୩’ ପରିବର୍ତ୍ତେ ଇର୍‌ଫାନ୍‌ ଖାନଙ୍କ ‘ବ୍ଲାକ୍‌ମେଲ୍‌’ ଦେଖିବାକୁ ଯାଆନ୍ତୁ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe