ସଲମାନଙ୍କ ପନଭେଲ ଫାର୍ମହାଉସରେ ଫିଲ୍ମ ଷ୍ଟାରଙ୍କ ଶବ ପୋଡ଼ାଯାଉଛି !

Advertisment
ସଲମାନଙ୍କ ପନଭେଲ ଫାର୍ମହାଉସରେ ଫିଲ୍ମ ଷ୍ଟାରଙ୍କ ଶବ ପୋଡ଼ାଯାଉଛି !

ମୁମ୍ବାଇ: ପୁଣି ବିବାଦରେ ବଲିଉଡର ଦବଙ୍ଗ ଖାନ ସଲମାନ। ପୂର୍ବରୁ ନିଜ ପେସାଦାର ଜୀବନ ପାଇଁ ଚର୍ଚ୍ଚାରେ ରହୁଥିବା ସଲମାନଙ୍କ ଉପରେ ଏବେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାଙ୍କ ପଡ଼ୋଶୀ। ସଲମାନଙ୍କ ପନଭେଲ ଫାର୍ମହାଉସ କେବଳ ଛୁଟି କଟାଇବା ପାଇଁ ନୁହେଁ ବରଂ ଫିଲ୍ମ ଷ୍ଟାରଙ୍କ ଶବ ପୋଡ଼ିବା ପାଇଁ ବ୍ୟବହାର କରାଯାଉଥିବା କହିଛନ୍ତି ସଲମାନଙ୍କ ପଡୋଶୀ। ଅଭିଯୋଗକାରୀ ସଲମାନଙ୍କ ଫାର୍ମହାଉସ ନିକଟରେ ଜମି କିଣିଥିବା ଜଣାପଡ଼ିଥିବା ବେଳେ ଅଭିଯୋଗକାରୀଙ୍କ ନାଁ କେତନ କକ୍କର ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, କେତନ ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏଭଳି ବିବାଦୀୟ ବୟାନ ଦେଇଥିଲେ। ଏହାକୁ ବିରୋଧ କରି ସଲମାନ ମାମହାନୀ ମକଦମା ଦାୟର କରିବା ପରେ ଏହାର ଶୁଣାଣି ସମୟରେ ସଲମାନଙ୍କ ପକ୍ଷ ରଖିଥିଲେ ତାଙ୍କ ଓକିଲ ପ୍ରଦୀପ ଗାନ୍ଧୀ। ପ୍ରଦୀପ ଗାନ୍ଧୀଙ୍କ ଜରିଆରେ ସଲମାନ କହିଥିଲେ ଯେ, ଉପଯୁକ୍ତ ପ୍ରମାଣ ବିନା ଏଭଳି ଅଭିଯୋଗ କରିବା ଗ୍ରହଣୀୟ ନୁହେଁ। ସମ୍ପତ୍ତି ବିବାଦକୁ ନେଇ ଆପଣ ମୋର ବ୍ୟକ୍ତିଗତ ପ୍ରତିଷ୍ଠାକୁ କାହିଁକି କ୍ଷୁର୍ଣ୍ଣ କରୁଛନ୍ତି? ଆମ ଦୁହିଁଙ୍କ ବିବାଦ ମଧ୍ୟକୁ ଆପଣ କାହିଁକି ଧର୍ମକୁ ଆଣୁଛନ୍ତି? ମୋ ମା’ ଜଣେ ହିନ୍ଦୁ, ମୋ ବାପା ଜଣେ ମୁସଲମାନ ଏବଂ ମୋର ଭାଇମାନେ ହିନ୍ଦୁ ମହିଳାଙ୍କୁ ବିବାହ କରିଛନ୍ତି। ଆମେ ସମସ୍ତ ପର୍ବ ପାଳନ କରୁଛୁ। ଏଭଳି ମିଥ୍ୟା ଅଭିଯୋଗ ଆଣି ମୋର ବ୍ୟକ୍ତିଗତ ପ୍ରତିଷ୍ଠାକୁ ନଷ୍ଟ କରନ୍ତୁ ନାହିଁ। ଏହା ଉଚିତ ନୁହେଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe