ପୂର୍ବ-ପ୍ରେମିକା କ୍ୟାଟ୍‌ଙ୍କୁ ନିଆରା ଢଙ୍ଗରେ ‘ଭାରତ’କୁ ସ୍ୱାଗତ କଲେ ସଲମାନ, ରିଲିଜ୍‌ ହେଲା ସଲୁଙ୍କ ନୂଆ ଲୁକ୍‌

Advertisment
ପୂର୍ବ-ପ୍ରେମିକା କ୍ୟାଟ୍‌ଙ୍କୁ ନିଆରା ଢଙ୍ଗରେ ‘ଭାରତ’କୁ ସ୍ୱାଗତ କଲେ ସଲମାନ, ରିଲିଜ୍‌ ହେଲା ସଲୁଙ୍କ ନୂଆ ଲୁକ୍‌

ମୁମ୍ବାଇ: ପୂର୍ବରୁ ‘ଭାରତ’ ପାଇଁ ନାୟିକା ଭାବେ ପ୍ରିୟଙ୍କା ଚୋପ୍ରାଙ୍କୁ ବଛା ଯାଇଥିବା ବେଳେ ପ୍ରିୟଙ୍କା ତାଙ୍କର ପ୍ରେମିକ ନିକ୍‌ଙ୍କ ସହ ବିବାହ କରିବା ପାଇଁ ଚଳଚ୍ଚିତ୍ର ଛାଡ଼ିବା ପରେ ସିନେ ପ୍ରେମୀମାନେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥିଲେ। ଏମିତି କିଏ ଅଛି ଯିଏ ପ୍ରିୟଙ୍କାଙ୍କ ଜୋତାରେ ନିଜ ପାଦ ପୂରାଇବ! ଏନେଇ ମୁଖ୍ୟ ତିନି ଅଭିନେତ୍ରୀ ନଜରକୁ ଆସିଥିଲେ। ପ୍ରିୟଙ୍କାଙ୍କ ବଦଳରେ ‘ଭାରତରେ’ ପ୍ରଶଂସକମାନେ ସଲମାନଙ୍କ ବିପକ୍ଷରେ ତାଙ୍କ ପୂର୍ବ ପ୍ରେମିକା କ୍ୟାଟ୍ରିନାଙ୍କୁ କଳନା କରିଥିଲେ ତ ପୁଣି କେହି ଦୀପିକା ଓ ଆଉ କିଛି ଦର୍ଶକ ଜାକ୍‌ଲିନ୍‌ଙ୍କ ନାମ ନେଇଥିଲେ। ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି। ଚଳଚ୍ଚିତ୍ର ‘ଭାରତ’ରେ ସଲୁ ମିଆଁଙ୍କୁ ତାଙ୍କର ନାୟିକା ମିଳି ଯାଇଛନ୍ତି। ସେ ଆଉ କେହି ନୁହଁନ୍ତି, ସଲୁଙ୍କ ପୂର୍ବ ପ୍ରେମିକା କ୍ୟାଟ୍ରିନା କୈଫ୍‌।

କ୍ୟାଟ୍ରିନା କୈଫ୍‌ଙ୍କ ଚଳଚ୍ଚିତ୍ରରେ ପ୍ରବେଶ ନେଇ ଟିକେ ନିଆରା ଢଙ୍ଗରେ ସ୍ୱାଗତ ଜଣାଛନ୍ତି କ୍ୟାଟ୍‌ଙ୍କୁ ପୂର୍ବ-ପ୍ରେମିକ ସଲମାନ। ସଲମାନ ତାଙ୍କ ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି ଯେ ‘ଜଣେ ସୁନ୍ଦର ଓ ସୁଶୀଳା, ଯାହାର ନାମ କ୍ୟାଟ୍ରିନା କୈଫ୍‌। ‘ଭାରତ’ର ଜୀବନକୁ ଅପଣଙ୍କୁ ସ୍ୱାଗତ।’

ଇତିମଧ୍ୟରେ ‘ଭାରତ’ ଚଳଚ୍ଚିତ୍ରରେ ସଲମାନଙ୍କ ନୂଆ ଲୁକ୍‌ ରିଲିଜ୍‌ ହୋଇସାରିଲାଣି। ସେଥିରେ ୧୯୭୦ ମସିହାର ନାୟକ ପରି ଦିଶୁଛନ୍ତି। ଭାଇରାଲ୍‌ ହୋଇଥିବା ଫଟୋଟିରେ ସଲମାନ ଧଳ ଗଞ୍ଜି ଓ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe