desiblitz.com
ସଲମାନ ଖାଁଙ୍କ ଭାଣିଜୀ ଅଲୀଜେହ ଅଗ୍ନିହୋତ୍ରୀ ଏକ ଅସାଧାରଣ କାହାଣୀ ସହିତ ବଲିଉଡ୍ରେ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି। ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ବୁଦ୍ଧିଆ ସିଂହ: ବର୍ନ ଟୁ ରନ୍’ର ପ୍ରସିଦ୍ଧ ନିର୍ଦେଶକ ସୌମେନ୍ଦ୍ର ପାଢ଼ୀ ଅଲୀଜେହଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ୨୨ ବର୍ଷୀୟା ଅଲୀଜେହ ଦୁଇ ବର୍ଷ ହେଲା ଅଭିନୟ ଓ ନୃତ୍ୟର ପ୍ରଶିକ୍ଷଣ ନେଇଆସୁଛନ୍ତି। କିଂବଦନ୍ତି କୋରିଓଗ୍ରାଫର୍ ସରୋଜ ଖାଁଙ୍କ ପାଖରୁ ସେ ନୃତ୍ୟ ଶିଖିବା ଜାରି ରଖିଛନ୍ତି। ୨୦୨୨ରେ ସେ ଉକ୍ତ ଚଳଚ୍ଚିତ୍ରର ସୁଟିଂ ଚଳାଇଛନ୍ତି ଯାହା ଆସନ୍ତା ବର୍ଷ ମୁକ୍ତିଲାଭ କରିବାର ଯୋଜନା ରଖାଯାଇଛି। ତେବେ ଏହି ଚଳଚ୍ଚିତ୍ରର ନାମ ତଥା ଏହାର ଅନ୍ୟ ଅଭିନେତା-ଅଭିନେତ୍ରୀଙ୍କ ସମ୍ପର୍କରେ କୌଣସି ତଥ୍ୟ ପ୍ରଘଟ କରାଯାଇନାହିଁ। ଅଲୀଜେହଙ୍କ ପିତା ହେଉଛନ୍ତି ଅତୁଲ ଅଗ୍ନିହୋତ୍ରୀ ଯିଏ ନିଜେ ଜଣେ ଅଭିନେତା ଓ ପ୍ରୟୋଜକ। ସଲମାନଙ୍କ ଭଉଣୀ ଅଲବୀରା ଖାଁ ଅଗ୍ନିହୋତ୍ରୀ ହେଉଛନ୍ତି ଅଲୀଜେହଙ୍କ ମାଆ। ବଡ଼ ପରଦାରେ ଅଭିନୟ କରିବାକୁ ଅଲୀଜେହ ପ୍ରସ୍ତୁତ ବୋଲି ପିତାମାତା ଓ ସଲମାନ ଅନୁଭବ କରିବା ପରେ ଯାଇ ତାଙ୍କୁ ଏହାର ସୁଟିଂ ପାଇଁ ଅନୁମତି ମିଳିଛି।
Follow Us