'‌ନୋ ଏଣ୍ଟ୍ରି'ର ସିକ୍ବେଲରେ ୧୦ଜଣ ଅଭିନେତ୍ରୀଙ୍କ ସହ ନଜର ଆସିବେ ସଲମାନ ଖାନ୍

Advertisment
'‌ନୋ ଏଣ୍ଟ୍ରି'ର ସିକ୍ବେଲରେ ୧୦ଜଣ ଅଭିନେତ୍ରୀଙ୍କ ସହ ନଜର ଆସିବେ ସଲମାନ ଖାନ୍

telugu360

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ଦବଙ୍ଗ ଖାନ୍ ସଲମାନଙ୍କ ଫିଲ୍ମ। ୨୦୦୫ରେ ରିଲିଜ୍ ହୋଇଥିବା 'ନୋ ଏଣ୍ଟ୍ରି'ର ସିକ୍ବେଲ ଏବେ ନିର୍ମାଣ ହେଉଥିବା ବେଳେ ଏହା ନାଁ ରହିଛି 'ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି'। ଏହି ଫିଲ୍ମ‌ରେ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତା ସଲମାନ ଖାନ୍, ଅନୀଲ କପୁର ଓ ଫରଦୀନ ଖାନ୍ ନଜର ଆସିବାକୁ ଥିବା ବେଳେ ଫିଲ୍ମରେ ଗୋଟିଏ କି ଦୁଇଟି ନୁହେଁ, ୧୦ଜଣ ଅଭିନେତ୍ରୀ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି।

ଅନେକ ଆଲୋଚନା ପରେ, ୨୦୧୨ରେ 'ନୋ ଏଣ୍ଟ୍ରି'ର ସିକ୍ୱେଲ୍ ନିର୍ମାଣ ହେବ ବୋଲି ଜଣାପଡ଼ିଥିଲା। ବର୍ତ୍ତମାନ, ନିର୍ମାତାମାନେ ଫିଲ୍ମର କଳାକାର ଏବଂ ସୁଟ୍ ବିଷୟରେ ଅଧିକ ସୂଚନା ଦେଇଛନ୍ତି। ଇଟାଇମ୍ସକୁ ସାକ୍ଷାତକାର ଦେଇ ଫିଲ୍ମ ସହ ଜଡ଼ିତ ଜଣେ କଳାକାର କହିଛନ୍ତି ଯେ, 'ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି'ରେ ସମୁଦାୟ ୧୦ଜଣ ଆଗଧାଡ଼ିର ଅଭିନେତ୍ରୀ ରହିବେ। ଏତେ ଜଣ ଅଭିନେତ୍ରୀ କାହିଁକି ରହିବେ ବୋଲି ଆପଣ ଭାବୁଥିବେ ନିଶ୍ଚୟ। ଏହାର କାରଣ ହେଉଛି ସଲମାନ ଖାନ, ଅନୀଲ କପୁର ଏବଂ ଫରଦିନ ଖାନ ସମସ୍ତଙ୍କୁ ଟ୍ରିପଲ ରୋଲରେ ଦେଖିବାକୁ ମିଳିବ। ତେଣୁ, ସେମାନଙ୍କ ପ୍ରତ୍ୟେକ ଚରିତ୍ର ପାଇଁ ଜଣେ ଜଣେ ଅଭିନେତ୍ରୀ ରହିବେ।

ତେବେ 'ନୋ ଏଣ୍ଟ୍ରି'ରେ ଥିବା ଅଭିନେତ୍ରୀ ବିପାଶ ବସୁ, ଲାରା ଦତ୍ତା, ଇିଶା ଦେଓଲ ଏବଂ ସେଲିନା ଜୈଟଲୀ ଏହି ସିକ୍ବେଲରେ ନଜର ନଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନୋ ଏଣ୍ଟ୍ରିରେ ଥିବା କଳାକାରଙ୍କୁ ଆଣିବା ପାଇଁ ଚେଷ୍ଟା କରାଯାଉଥିଲେ ବି ସମସ୍ତଙ୍କୁ ଏକା ସଙ୍ଗରେ ଆଣିବା ସମ୍ଭବ ନୁହେଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe