ଡ.ମନମୋହନଙ୍କ ପାଇଁ ଏହି ବଡ଼ ନିଷ୍ପତ୍ତି ନେଲେ ସଲମାନ

Advertisment

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନରେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିକନ୍ଦର’ର ଟିଜର ମୁକ୍ତିଲାଭ କରିବାର ଥିଲା। ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତା ଟିଜର ରିଲିଜକୁ ସ୍ଥଗିତ ରଖିଛନ୍ତି |

tsalmaankk

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନରେ ସଲମାନ ଖାନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିକନ୍ଦର’ର ଟିଜର ଆଜି ମୁକ୍ତିଲାଭ କରିବାର ଥିଲା। ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତା ଓ ସଲମାନ ଟିଜର ରିଲିଜକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୮ରେ ଦିନ ୧୧:୦୭ରେ ଟିଜର ମୁକ୍ତିଲାଭ କରିବ ବୋଲି ନିର୍ମାତା ଜଣାଇଛନ୍ତି |

ନାଦିଆଦୱାଲା ଗ୍ରାଣ୍ଡସନ ଏଣ୍ଟରଟେନମେଣ୍ଟର ଅଫିସିଆଲ୍ ଏକ୍ସ (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ଏନେଇ ପୋଷ୍ଟ କରାଯାଇଛି | ପୋଷ୍ଟରେ ଲେଖାଯାଇଛି ଯେ, “ଆମର ମାନ୍ୟବର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଜୀଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଦୁଃଖର ସହ ଘୋଷଣା କରୁଛୁ ଯେ, 'ସିକନ୍ଦର' ଟିଜରର ରିଲିଜକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଅର୍ଥାତ ଡିସେମ୍ବର ୨୮ରେ ଦିନ ୧୧:୦୭ରେ ଟିଜର ମୁକ୍ତିଲାଭ କରିବ। ବୁଝିବା ପାଇଁ ଧନ୍ୟବାଦ | # ଟିମ ସିକନ୍ଦର।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe