ଶାହରୁଖ୍‌ ଏବଂ ଅକ୍ଷୟଙ୍କୁ ପଛରେ ପକାଇଲେ ସଲମାନ୍‌ ଖାନ୍‌ ! ଜାଣନ୍ତୁ କିପରି?

Advertisment
ଶାହରୁଖ୍‌ ଏବଂ ଅକ୍ଷୟଙ୍କୁ ପଛରେ ପକାଇଲେ ସଲମାନ୍‌ ଖାନ୍‌ ! ଜାଣନ୍ତୁ କିପରି?

photo-indian express

ମୁମ୍ବାଇ: ବଲିଉଡର ବିଗବସ୍‌ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ତଥା ମୁକ୍ତିପ୍ରାପ୍ତ ହିନ୍ଦୀ ସିନେମା ‘ଟ୍ୟୁବ ଲାଇଟ୍‌’ ସୁପରଫ୍ଲପ୍‌ ହୋଇଥିବା ପରେ ବି ତାଙ୍କର ଲୋକପ୍ରିୟତା ଆଦୌ ହ୍ରାସ ପାଇନାହିଁ। ଏହା ଜଣାପଡ଼ିଛି ନିକଟରେ କରାଯାଇଥିବା ଏକ ସର୍ଭେରୁ। ହଁ ହିନ୍ଦୁସ୍ତାନ୍‌ ଟାଇମସ୍‌ ପକ୍ଷରୁ କରାଯାଇଥିବା ସର୍ଭେରେ ନମ୍ବର ଓ୍ଵାନ୍‌ ବଲିଉଡ ଆଇକନ୍‌ ଭାବେ ସଲମାନ୍‌ ଖାନ୍‌ ବିବେଚିତ ହୋଇଛନ୍ତି। ଏଥିରେ ତାଙ୍କୁ ସର୍ବାଧିକ ୧୮.୩ ପ୍ରତିଶତ ଭୋଟ୍‌ ମିଳିଛି। ଏଠାରେ ସୂଚନାଯୋଗ୍ୟ ଯେ ଏହି ସର୍ଭେରେ ସେ ଗତ ବର୍ଷ ମାତ୍ର ୧୩ ପ୍ରତିଶତ ସମର୍ଥନ ହାସଲ କରି ତୃତୀୟ ସ୍ଥାନରେ ରହିଥିଲେ।

ଅପର ପକ୍ଷରେ ବଲିଉଡର ବାଦଶାହା ଶାହରୁଖ୍‌ ଖାନ୍‌ ଏଥର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍କୁ ଏଥର ୧୫.୩ ପ୍ରତିଶତ ସମର୍ଥନ ମିଳିଥିବା ଜଣାଯାଇଛି। ଗତ ବର୍ଷ ସେ ଏକ ନମ୍ବର ଥିଲେ।

ଠିକ୍‌ ସେହିପରି ବଲିଉଡ ସୁପରଷ୍ଟାର୍‌ ଅକ୍ଷୟ କୁମାର ଏହି ସର୍ଭେରେ ୧୩.୨ ପ୍ରତିଶତ ସମର୍ଥନ ହାସଲ କରି ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି। ତାଙ୍କ ତଳକୁ ଚତୁର୍ଥ ସ୍ଥାନରେ ଅଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଏହି ସର୍ଭେରେ ପ୍ରଥମ ଟପ୍‌ ତିନିଜଣଙ୍କ ତାଲିକାରେ କେବଳ ୫୦ ବର୍ଷ ବୟସରୁ ଅଧିକ ଅଭିନେତା ହିଁ ସ୍ଥାନ ପାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe