ସଲମାନ୍‌ ଖାନ୍‌ଙ୍କ ସହ ୧୦ ବର୍ଷ ପ୍ରେମ ସଂପର୍କ ରଖିଥିଲେ ଏହି ମିସ୍‌ ଇଣ୍ଡିଆ,

ସଲମାନ୍‌ ଖାନ୍‌ଙ୍କ ସହ ୧୦ ବର୍ଷ ପ୍ରେମ ସଂପର୍କ ରଖିଥିଲେ ଏହି ମିସ୍‌ ଇଣ୍ଡିଆ,

ମୁମ୍ବାଇ: ଆଜି ପୂର୍ବତନ ମିସ୍‌ ଇଣ୍ଡିଆ ତଥା ଅଭିନେତ୍ରୀ ସଙ୍ଗୀତା ବିଜ୍‌ଲାନୀ ନିଜର ୫୮ତମ ଜନ୍ମ ଦିବସ ମନାଉଛନ୍ତି। ସେ ୧୯୬୦ ମସିହା ଜୁଲାଇ ୯ ତାରିଖରେ ଜନ୍ମ ହୋଇଥିଲେ । ସେ ମାତ୍ର କୋଡିଏ ବର୍ଷ ବୟସରେମିସ୍‌ ଇଣ୍ଡିଆ ମୁକୁଟ ବିଜୟିନୀ ହୋଇଥିଲେ। ସଙ୍ଗୀତା ୧୯୮୦ରେ ମିସ୍‌ ଇଣ୍ଡିଆ ବନିଥିଲେ। ସଙ୍ଗୀତା ବିଜ୍‌ଲାନୀଙ୍କ ପ୍ରଥମ ହିଟ୍‌ ସିନେମା ଥିଲା ହଥିୟାର୍‌। ଏହାପରେ ଅଳ୍ପ କେତୋଟ ସିନେମାରେ ଅଭିନୟ କରିଥିଲେ।

publive-image

ତେବେ ସେ କ୍ୟାରିଅରକୁ ନେଇ ଯେତିକି ଚର୍ଚ୍ଚିତା ହୋଇ ନଥିଲେ ତାଠାରୁ ନିଜର ପ୍ରେମ ସଂପର୍କପାଇଁ ଅଧିକ ଚର୍ଚ୍ଚାରେ ରହିଥିଲେ । ସଲମାନ୍‌ ଖାନ୍‌ଙ୍କ ସହିତ ପ୍ରଥମେ ଯେଉଁ ନାୟିକାଙ୍କ ନାଆଁ ଚର୍ଚ୍ଚାକୁ ଆସିଥିଲା ,ସେ ହେଲେ ସଙ୍ଗୀତା ବିଜ୍‌ଲାନୀ। କୁହାଯାଏ ଯେ ସଲମାନଙ୍କ ସହିତ ସଙ୍ଗାତାଙ୍କର ପ୍ରେମ ସଂପର୍କ ପ୍ରାୟ ୧୦ ବର୍ଷଯାଏଁ ଥିଲା। ଖାଲି ସେତିକି ନୁହେଁ ସେମାନଙ୍କର ବାହାଘର ବି ଠିକ୍‌ ହୋଇ ସାରିଥିଲା, କିନ୍ତୁ ତାହା ସମ୍ଭବ ହୋଇ ନ ଥିଲା। ଏହାପରେ ସେ କ୍ରିକେଟ୍‌ ତାରକା ମହମ୍ମଦ ଆଝାରୁଦ୍ଦିନଙ୍କୁ ବାହା ହୋଇଥିଲେ। କିଛି ବର୍ଷପରେ ଉଭୟେ ପରସ୍ପରଠୁ ଅଲଗା ହୋଇଥିଲେ। ସଙ୍ଗୀତା ବିଜଲାନୀ ଏବେ ବି ସଲମାନ୍‌ ଖାନଙ୍କ ପରିବାର ସହିତ ସୁସଂପର୍କ ରଖଥିବା ଚର୍ଚ୍ଚ ହୁଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe