ସଲ୍‌ମାନ୍‌ଙ୍କ ସହ ପୁଣି ରୋମାନ୍‌ସ କରିବେ ସୋନମ୍‌ କପୁର୍‌

Advertisment
ସଲ୍‌ମାନ୍‌ଙ୍କ ସହ ପୁଣି ରୋମାନ୍‌ସ କରିବେ ସୋନମ୍‌ କପୁର୍‌

ଆପଣଙ୍କର ମନେଥିବ, ସୁନ୍ଦରୀ ସୋନମ୍‌ କପୁର୍‌ ‘ପ୍ରେମ ରତନ୍‌ ଧନ୍‌ ପାୟୋ’ରେ ସଲ୍‌ମାନ୍‌ ଖାଁଙ୍କର ନାୟିକା ସାଜିଥିଲେ। ଫିଲ୍ମଟି ମଧ୍ୟମ ଧରଣର ବ୍ୟବସାୟ କରିଥିଲେ ସୁଦ୍ଧା କିଛି ଲୋକ କହିଥିଲେ ଯେ ବୟସର ବହୁତ ବଡ଼ ପାର୍ଥକ୍ୟ ଥିବାରୁ ସଲ୍‌ମାନ୍‌ଙ୍କ ସହିତ ତାଙ୍କର ଯୋଡ଼ି ସେତେଟା ସାଜୁ ନାହିଁ! ତେବେ ସେଇ ପୁଣି ସଲ୍‌ମାନ୍‌ଙ୍କ ସହିତ ସୋନମ୍‌ଙ୍କୁ ନାୟିକା ଭାବେ ନେଇ ଆଉ ଗୋଟିଏ ଫିଲ୍ମର ଖବର ଆପଣମାନଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରୁଥିବ।

publive-imageତେବେ ଏ ହେଉଛନ୍ତି ଆଉ ଜଣେ ସଲ୍‌ମାନ୍‌। ଦଲ୍‌କିର୍‌ ସଲ୍‌ମାନ୍‌। ମଲୟାଲମ୍‌ ଫିଲ୍ମ ଜଗତର ଏଇ ଚର୍ଚ୍ଚିତ ଯୁବ ତାରକା ହେବେ ସୋନମ୍‌ଙ୍କ ଆଗାମୀ ଫିଲ୍ମ ‘ଦି ଜୋୟା ଫ୍ୟାକ୍ଟର୍‌’ର ହିରୋ। ୨୦୦୮ରେ ପ୍ରକାଶିତ ତଥା ଅନୁଜା ଚୌହାନଙ୍କ ଲିଖିତ ସମାନ ଶୀର୍ଷକର ବେଷ୍ଟ୍‍ସେଲର୍‌ ଉପନ୍ୟାସକୁ ନେଇ ଏ ଫିଲ୍ମଟି ତିଆରି କରା ଯାଉଛି। ଏଥିରେ ନାୟକର ଚରିତ୍ରଟି ହେଉଛି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକର। ‘ଦି ଜୋୟା ଫ୍ୟାକ୍ଟର୍‌’ର ନିର୍ଦ୍ଦେଶକ ହେଉଛନ୍ତି ‘ତେରେ ବିନ୍‌ ଲାଦେନ୍‌’ ପାଇଁ ବେଶ୍‌ ଚର୍ଚ୍ଚିତ ହୋଇଥିବା ଅଭିଷେକ ଶର୍ମା।
ଉଲ୍ଲେଖଯୋଗ୍ୟ ଯେ ଦଲ୍‌କିର୍‌ ସଲ୍‌ମାନ୍‌ଙ୍କ ପ୍ରଥମ ବଲିଉଡ୍‌ ଫିଲ୍ମ ‘କାର୍‌ଓ୍ଵାଁ’ ରିଲିଜ୍‌ ଅପେକ୍ଷାରେ। ସେଥିରେ ଇର୍ଫାନ୍‌ ଖାଁ ଓ ମିଥିଲା ପାଲ୍‌କର୍‌ ପ୍ରମୁଖ ତାଙ୍କ ସହିତ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe