ସଲମାନ୍‌ଙ୍କୁ ଅନୁଶାସିତ କହିଲେ ସୁନୀଲ୍‌ ଗ୍ରୋଭର

Advertisment
ସଲମାନ୍‌ଙ୍କୁ ଅନୁଶାସିତ କହିଲେ ସୁନୀଲ୍‌ ଗ୍ରୋଭର

ମୁମ୍ବାଇ: ବଲିଉଡର ଲୋକପ୍ରିୟ କମେଡିଆନ୍‌ ସୁନୀଲ୍‌ ଗ୍ରୋଭର ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସହିତ ‘ଭାରତ’ ସିନେମାରେ ନଜର ଆସିବେ।ଏହାର ନିର୍ଦ୍ଦେଶକ ହେଲେ ଅଲ୍ଲୀ ଅବ୍‌ବାସ ଜାଫର୍‌। ଏହି ସିନେମାରେ ସୁନୀଲ ଗ୍ରୋଭରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।
‘ଭାରତ୍‌’ରେ ସଲମାନ୍‌ ଖାନ୍‌ଙ୍କ ସହ ପ୍ରଥମ ଥର ପାଇଁ କାମ କରୁଥିବା ସୁନୀଲ ଗ୍ରୋଭର ସଲମାନ୍‌ ଖାନ୍‌ଙ୍କର ଜଣେ ବଡ଼ ପ୍ରଶଂସକ। ସେ କହିଛନ୍ତି ‘ମୁଁ ସଲମାନ୍‌ ଖାନ୍‌ଙ୍କ ଭଳି ଅନୁଶାସିତ ବ୍ୟକ୍ତି ଓ କଳାକାରଙ୍କୁ ଦେଖି ନାହିଁ। ସେ ଗୋଟିଏ ସମୟରେ ବହୁତ କାମ କରିପାରନ୍ତି। ସେ ନିଜ ଫିଲ୍ମର ସୁଟିଂ ବେଳେ ଅନ୍ୟ ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ଶୁଣିଥାନ୍ତି। ଖାଲି ସେତିକି ନୁହେଁ ସେଟ୍‌ରେ ସେ ଅନ୍ୟ କଳାକାରଙ୍କ କଥା ବି ବୁଝିଥାନ୍ତି।

publive-image

ସଲମାନ୍‌ ଖାନ୍‌ ଜଣେ ବ୍ୟସ୍ତ କଳାକାର। ସେ ଟେଲିଭିଜନ୍‌,ଫିଲ୍ମ ବ୍ୟତୀତ ଭ୍ରମଣ କରିବା ଓ ନିଜର ଚାରିଟେବଲ ସଂସ୍ଥା ‘ବିଇଂ ହ୍ୟୁମାନ୍‌’ର କାମ ମଧ୍ୟ ଦେଖନ୍ତି। ଏହା ଛଡ଼ା ସଲମାନ୍‌ ପ୍ରତିଦିନ ଦୁଇଘଣ୍ଟା ଯାଏଁ ଜିମ୍‌ରେ ବିତାଇଥାଆନ୍ତି। ସେ ଯେଉଁଭଳି ବ୍ୟାୟାମ କରନ୍ତି ,ତା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe