‘ପଦ୍ମାବତୀ’ ଓ ଭଂସାଲୀଙ୍କ ସମର୍ଥନରେ ବାହାରିଲେ ସଲମାନ୍‌

Advertisment
‘ପଦ୍ମାବତୀ’ ଓ ଭଂସାଲୀଙ୍କ ସମର୍ଥନରେ ବାହାରିଲେ ସଲମାନ୍‌

Bollywoodlife.com

ସଂଜୟ ଲୀଲା ଭଂସାଲୀଙ୍କ ଦ୍ୱାରା ପ୍ରସ୍ତୁତ ଫିଲ୍ମ ‘ପଦ୍ମାବତୀ’ର ରିଲିଜ୍‌କୁ ନେଇ ଚାଲୁଥିବା ବିବାଦ ଥମିବାରେ ନାଆଁ ଧରୁ ନ ଥିବାବେଳେ,ଏହି ଫିଲ୍ମକୁ ନେଇ ଦବଙ୍ଗ୍‌ ବୟ୍‌ ସଲମାନ୍‌ ଖାନ୍‌ ତାଙ୍କର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ,ଭଂସାଲୀଙ୍କ ଫିଲ୍ମରେ କେବେ ବି କିଛି ଭୁଲ୍‌ ତଥ୍ୟକୁ ଉପସ୍ଥାପନ କରାଯାଇ ନ ଥାଏ।

ଖବର ଅନୁଯାୟୀ,ଏହି ନିକଟରେ ସଲମାନ୍‌ ଖାନ୍‌ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ସଂଜୟଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ କହିଛନ୍ତି ଯେ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ କେବେ ହେଲେ ବି ତାଙ୍କ ଫିଲ୍ମରେ ଭୁଲ୍‌ ତଥ୍ୟକୁ ଉପସ୍ଥାପନ କରିନଥାନ୍ତି। ଆଉ ଯଦି ଲୋକଙ୍କୁ ଲାଗୁଛି ଏଥିରେ ଭୁଲ୍‌ ତଥ୍ୟ ଉପସ୍ଥାପନ କରାଯାଇଛି ତେବେ ଏହି ଫିଲ୍ମକୁ ନେଇ ହେଉଥିବା ବିବାଦ ବାବଦରେ ସେନସର୍‌ ବୋର୍ଡ଼କୁ ହସ୍ତକ୍ଷେପ କରିବା ଆବଶ୍ୟକ। ଏତଦ୍‌ବ୍ୟତୀତ ଫିଲ୍ମକୁ ନ ଦେଖି ଏହାକୁ ନେଇ କୌଣସି ନିଷ୍ପତ୍ତି ନେବାର ଅଧିକାର କାହାରବି ନାହିଁ ବୋଲି ବଲିଉଡ଼୍‍ର ଏହି ଅଭିନେତା ଜଣକ କହିଛନ୍ତି। ତେବେ ସଲମାନ୍‌ଙ୍କ ବ୍ୟତୀତ ଫିଲ୍ମ‘ପଦ୍ମାବତୀ’କୁ ନେଇ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌,ଅଭିନେତା ସାହିଦ୍‌ କପୁର୍‌ ମଧ୍ୟ ପୂର୍ବରୁ ତାଙ୍କର ମତ ଦେଇସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe