ଯୁବତୀଙ୍କୁ ଗଣଦୁଷ୍କର୍ମ ଧମକ ଦେଉଛନ୍ତି ସଲମନଙ୍କ ଅଙ୍ଗରକ୍ଷୀ!

ଯୁବତୀଙ୍କୁ ଗଣଦୁଷ୍କର୍ମ ଧମକ ଦେଉଛନ୍ତି ସଲମନଙ୍କ ଅଙ୍ଗରକ୍ଷୀ!

ବାରମ୍ବାର ଅଡୁଆରେ ଛନ୍ଦି ହୋଇ ପଡୁଛନ୍ତି ଭାଇଜାନ। ସଲମନ ଖାନ୍‌ଙ୍କ ଘନିଷ୍ଠ ଅଙ୍ଗରକ୍ଷୀଙ୍କ ନାମରେ ହୋଇଥିବା ଦୁଷ୍କର୍ମ ଧମକ ଅଭିଯୋଗ ମାମଲା ନୂଆ ମୋଡ଼ ନେଇଛି। ନିକଟରେ ବିଗ ବସ ପ୍ରତିଯୋଗୀ ଜୁବୈର ଖାନଙ୍କୁ ନେଇ ସଲମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଶାନ୍ତ ନପଡୁଣୁ ଏବେ ପୁଣି ଏକ ଘଟଣାକୁ ନେଇ ଚର୍ଚ୍ଚାରେ ବଲିଉଡ ଭାଇଜାନ। ତେବେ ସୂଚନା ମୁତାବକ, ମୁମ୍ବାଇର ଜଣେ ମହିଳା ସଲମାନଙ୍କ ଅଙ୍ଗରକ୍ଷୀ ସେରାଙ୍କ ବିରୋଧରେ ଆଣିଛନ୍ତି ଗଣଦୁଷ୍କର୍ମର ଧମକ ଦେଇଥିବା ଅଭିଯୋଗ।

publive-image

ମହିଳା ଜଣକ ଏନେଇ ମୁମ୍ବାଇର ଖାର ପୁଲିସ ଷ୍ଟେସନରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଖାଲି ସେତିକି ନୁହେଁ ମହିଳା ଜଣକ ସେରାଙ୍କ ଉପରେ ଏଭଳି ଅନେକ ଗୁରୁତର ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ ମହିଳାଙ୍କ କହିବା କଥା ହେଲା, ସେରା ତାଙ୍କୁ ଜୁବୈର ଖାନଙ୍କ ମାମଲାର ସେଟଲମେଂଟ କରିବାକୁ କହିଥିଲେ ଆଉ ଏଭଳି ନକରିବା ଦ୍ୱାରା ଗଣଦୁଷ୍କର୍ମର ଧମକ ଦେଇଥିଲେ। ତେବେ ସେରାଙ୍କ ବିରୋଧରେ ଆଇପିସିର ଧାରା ୫୦୯ ଆଧାରରେ ଏକ ମାମଲା ରୁଜ୍ଜୁ କରିଛି ପୁଲିସ।

publive-image

ଉଲ୍ଲେଖଯୋଗ୍ୟ, ସୋ’ରେ ମହିଳା ପ୍ରତିଯୋଗୀଙ୍କ ପ୍ରତି ଜୁବୈର ଖାନଙ୍କ ଦୁର୍ବ୍ୟବହାର ଏବଂ ଧମକ ଦେବା ଯୋଗୁଁ ତାଙ୍କ ଉପରେ ଖୁବ୍‌ ରାଗି ଯାଇଥିଲେ ସଲମାନ। ତେବେ ଏହା ପରେ ମାନସିକ ଚାପରେ ଥିବା ଜୁବୈର ଅଧିକ ନିଦ ବଟିକା ଖାଇବା ଫଳରେ ହସ୍ପିଟାଲ ଯିବାକୁ ପଡିଥିବା ଅଭିଯୋଗ ହୋଇଥିଲା। ଘଟଣା ଏପରି ହୋଇଥିଲା କି ମାମଲା ଯାଇ ପହଂଚିଥିଲା ଥାନାରେ। ସଲମାନଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ଜୁବୈର।

ତେବେ ମହିଳାଙ୍କ କହିବା ମୁତାବକ, ଜୁବୈରଙ୍କ ମାମଲାକୁ ଶାନ୍ତ କରିବା ପାଇଁ ସେରା ତାଙ୍କ ଉପରେ ସବୁବେଳେ ଚାପ ପକାଉଥିଲେ ଏବଂ ଯଦି ସେ ତାଙ୍କ କଥାରେ ରାଜି ନ ହୁଅନ୍ତି ତେବେ ତାଙ୍କୁ ଗଣଦଦୁଷ୍କର୍ମ କରିବା ବଳି ଧମକ ମଧ୍ୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe