ଆପଣ ଦେଖିଥିବେ ନିଶ୍ଚୟ ଦବଙ୍ଗ୍ ବୟ ସଲ୍ମାନ ଖାନ୍ ତାଙ୍କ ହାତରେ ଗୋଟାଏ ରକମର ଏକ ବ୍ରେସ୍ଲେଟ୍ କାହିଁ କେତେ ବର୍ଷରୁ ପିନ୍ଧି ଆସୁଛନ୍ତିି। ସେ ପ୍ରାୟ ଏହି ବ୍ରେସ୍ଲେଟ୍ଟିକୁ ନିଜ ହାତରୁ କାଢ଼ନ୍ତି ନାହିଁ। ତେବେ ବିଭିନ୍ନ ସାକ୍ଷାତ୍କାରରେ ସଲମନ କହିଛନ୍ତି ଯେ ଏହି ବ୍ରେସ୍ଲେଟ୍ଟି ତାଙ୍କର ଲକି ବ୍ରେସ୍ଲେଟ୍।
/sambad/media/post_attachments/wp-content/uploads/2018/01/salman-khan-bracelet-hi-300x169.png)
ବାସ୍ତବ କଥାଟି ହେଉଛି କିଛି ବର୍ଷ ତଳେ ସଲମନଙ୍କ ବାପା ସଲିମ୍ ଖାନ୍ଙ୍କ ମଧ୍ୟ ତାଙ୍କ ହତରେ ଅବିକଳ ସେହିପରି ଏକ ବ୍ରେସ୍ଲେଟ୍ ପିନ୍ଧୁଥିଲେ। ଆପଣ ତ ନିଶ୍ଚୟ ଜାଣିଥିବେ ଭାଇଜାନ୍ ତାଙ୍କ ବାପାଙ୍କୁ ଅନେକ ଶ୍ରଦ୍ଧା କରନ୍ତି। ସଲ୍ମନ ନିଜ ବାପାଙ୍କ ପରି ବ୍ରେସ୍ଲେଟ୍ ପିନ୍ଧିବାର ପ୍ରଥମ କାରଣ ତାହା ଯେ ସେ ନିଜ ବାପାଙ୍କର କିଛି ଗୋଟାଏ ସମାନତା ନିଜ ଭିତରେ ରଖିବାକୁ ଚାହୁଁଥିଲେ। ଏହା ବ୍ୟତୀତ ନୀଳ ରଂଗଟି ସଲ୍ମନଙ୍କ କ୍ୟାରିୟର୍ ପାଇଁ ଖୁବ୍ ଭଲ। ସଲ୍ମନ ଏହି ବ୍ରେସ୍ଲେଟ୍ଟି ପିନ୍ଧିବା ପରେ ଅନେକ ଉନ୍ନତି କରିଥିବାର ଉଦାହରଣ ରହିଛି।
/sambad/media/post_attachments/wp-content/uploads/2018/01/093882f63305401dab2508ff76e0f9f8-bollywood-actors-salman-khan-185x300.jpg)
ଉଲ୍ଲେଖଯୋଗ୍ୟ, ନିକଟରେ ମୁକ୍ତିଲାଭ କରିଥିବା ସଲମନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟାଇଗର୍ ଜିନ୍ଦା ହୈ’ ଅନେକ ସଫଳତା ସାଉଁଟି ସାରିଲାଣି। ଚଳିତବର୍ଷ ସଲ୍ମନ୍ ‘ଭରତ’ ଚଳଚ୍ଚିତ୍ରର ସୁଟିଂ କାର୍ଯର୍୍ୟ ଆରମ୍ଭ କରିବେ।
Follow Us