ନେପୋଟିଜିମ୍‌ ପ୍ରସଙ୍ଗରେ ସଲ୍‌ମାନ୍‌ଙ୍କ କଡ଼ା ଜବାବ

Advertisment
ନେପୋଟିଜିମ୍‌ ପ୍ରସଙ୍ଗରେ ସଲ୍‌ମାନ୍‌ଙ୍କ କଡ଼ା ଜବାବ

Business Today

ଦେଶର ସବୁଠାରୁ ବଡ଼ ରିଅଲିଟି ସୋ’ ବିଗ୍‌ବସ୍‌ରେ ବି ନେପୋଟିଜିମ୍‌ (ସ୍ବଜନତୋଷଣ)ର ଗୁଞ୍ଜରଣ ଶୁଣିବାକୁ ମିଛି। କଣ୍ଠଶିଳ୍ପୀ କୁମାର ସାନୁଙ୍କ ପୁଅ ଜାନ୍‌ କୁମାର ସାନୁଙ୍କୁ ଅନ୍ୟ ଜଣେ ପ୍ରତିଯୋଗୀ ରାହୁଲ ବୈଦ୍ୟ ନେପୋଟିଜିମ୍‌ର ତାନା ଦେବା ସହ ନିଜ ଦମ୍‌ରେ ନିଜ ପରିଚୟ ତିଆରି କରି ଦେଖାଅ ବୋଲି କହିଥିଲେ। ସପ୍ତାହନ୍ତର ୱାର୍‌ ଏପିସୋଡ୍‌ରେ ଏହାର କଡ୍ଡା ଜବାବ ଦେଇଛନ୍ତି ସୋ’ର ଉପସ୍ଥାପକ ତଥା ସୁପରଷ୍ଟାର ସଲ୍‌ମାନ୍‌ ଖାନ୍। ସେ ରାହୁଲଙ୍କୁ କହିଛନ୍ତି, ଜଣେ ବାପା ତା’ ପୁଅକୁ ସାହାଯ୍ୟ କରିବା କ’ଣ ନେପୋଟିଜମ୍‌। କ’ଣ ଜଣେ ବାପା ଦିନ ରାତି ପରିଶ୍ରମ କରିବାକୁ ନେପୋଟିଜିମ୍‌ କୁହାଯିବ? ସଲ୍‌ମାନ୍‌ଙ୍କ ଏଭଳି ପ୍ରଶ୍ନରେ ରାହୁଲ ଅସହଜ ଅନୁଭବ କରିଥିଲେ। ଏହାପରେ ସଲ୍‌ମାନ୍‌ ବଲିଉଡ୍‌ର ବହୁ କଳାକାରଙ୍କ ଉଦାହରଣ ଦେଇଥିଲେ।

ସେ କହିଥିଲେ ଶାହରୁଖ୍‌ ଖାନ୍‌ ହୁଅନ୍ତୁ କି ଅକ୍ଷୟ କୁମାର। ସେମାନେ ତ’ ବହିରାଗତ। ତେବେ ବଲିଉଡ୍‌ରେ ୩୦ ବର୍ଷ ଧରି କିଭଳି ରାଜୁତି କରୁଛନ୍ତି? ସତ କଥା ହେଉଛି ଏଠାରେ ଦର୍ଶକ ହେଉଛନ୍ତି ସର୍ବେସର୍ବା। ଦର୍ଶକଙ୍କୁ ପସନ୍ଦ ଆସିଲେ ଗାଡ଼ି ଚାଲିଲା ନହେଲେ ନାହିଁ। ଏହି ଅବସରରେ ସେ ଅଜୟ ଦେବଗନ୍‌ ଓ ସଞ୍ଜୟ ଦତ୍ତଙ୍କ ଉଦାହରଣ ବି ଦେଇଥିଲେ। ସେ କହିଥିଲେ, ଅଜୟଙ୍କ ବାପା ଭିରୁ ଦେବଗନ୍‌ ଜଣେ ଆକ୍ସନ ଡାଇରେକ୍ଟର ଓ ପରେ ଜଣେ ଡାଇରେକ୍ଟର ଭାବେ କାମ କରିଛନ୍ତି। କିନ୍ତୁ ଅଜୟ ନିଜ ପରିଶ୍ରମ ଓ ଦକ୍ଷତା ତଥା ଦର୍ଶକଙ୍କ ପସନ୍ଦ ଯୋଗୁଁ ବଲିଉଡ୍‌ରେ ସଫଳ। ସେହିପରି ସଞ୍ଜୟ ଦତ୍ତଙ୍କ ବାପା ସୁନୀଲ ଦତ୍ତ ଜଣେ ଦିଗ୍‌ଗଜ୍‌ ଅଭିନେତା। କିନ୍ତୁ ସଞ୍ଜୟ ଦତ୍ତ ନିଜ ଦମ୍‌ରେ ଆଜି ଏଠାରେ ପହଞ୍ଚି ପାରିଛନ୍ତି। ସଲ୍‌ମାନଙ୍କ ଏହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଥିବା ବେଳେ ଅନେକ ଲୋକ ଏହାକୁ ପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe