ଏତେ ଟଙ୍କାରେ ବିକ୍ରି ହୋଇଥିଲା 'ଜିନେ କେ ହେ ଚାର୍ ଦିନ'ରେ ସଲମାନ ଧରି ନାଚିଥିବା ଟାୱେଲ

Advertisment
ଏତେ ଟଙ୍କାରେ ବିକ୍ରି ହୋଇଥିଲା 'ଜିନେ କେ ହେ ଚାର୍ ଦିନ'ରେ ସଲମାନ ଧରି ନାଚିଥିବା ଟାୱେଲ

ମୁମ୍ବାଇ: ବଲିଉଡ ଫିଲ୍ମରେ କଳାକାରମାନେ ଲକ୍ଷ ଲକ୍ଷ ଟଙ୍କାର ପୋଷାକ ପିନ୍ଧିନ୍ତି। ପ୍ରତିଟି ଫିଲ୍ମ ପାଇଁ କଳାକାରଙ୍କୁ ଭିନ୍ନ ଭିନ୍ନ ଡିଜାଇନର ପୋଷାକ ପିନ୍ଧିବାକୁ ପଡେ। ତେବେ ଫିଲ୍ମ ଶେଷ ହେବା ପରେ ସେସବୁ ପୋଷାକ କୁଆଡେ ଯାଏ? ଆପଣଙ୍କ ମନରେ ଏପ୍ରଶ୍ନ ଆସୁଥିବ ନିଶ୍ଚୟ। ଜଣେ ଫ୍ୟାଶନ ଷ୍ଟାଇଲିସ ଏ ପ୍ରଶ୍ନର ଉତ୍ତର ରଖିଛନ୍ତି।

ଜାତୀୟ ଗଣମାଧ୍ୟମ ଆଜ୍ ତକ୍ ଅନୁଯାୟୀ, ଫ୍ୟାଶନ ଷ୍ଟାଇଲିସ ଅକ୍ଷୟ ତ୍ୟାଗି ଏକ ସାକ୍ଷାତକାରରେ କହିଥିଲେ ଯେ, ଫିଲ୍ମର ସୁଟିଂ ଶେଷ ହେବା ପରେ କଳାକାର ପିନ୍ଧିଥିବା ପୋଷାକକୁ ପ୍ୟାକ୍ କରି ରଖିଦିଆଯାଏ। ପରେ ଦରକାର ହେଲେ ଏହାର ଡିଜାଇନ ବଦଳାଇ ଅନ୍ୟ ଫିଲ୍ମରେ ବ୍ୟବହାର କରାଯାଏ। ବେଳେ ବେଳେ କଳାକାରଙ୍କୁ ପୋଷାକ ପସନ୍ଦ ଆସିଲେ ସେମାନେ ଘରକୁ ନେଇଯାଆନ୍ତି ଏବଂ କିଛି କଳାକାରଙ୍କ ପୋଷାକ ନିଲାମ ହୁଏ। 'ଜିନେ କେ ହେ ଚାର୍ ଦିନ' ଗୀତରେ ଅଭିନେତା ସଲମାନ ଖାନ୍ ଯେଉଁ ଟାୱେଲ ଧାି ନାଚିଥିଲେ, ତାକୁ ପରେ ନିଲାମ କରାଯାଇଥିଲା। ୧.୪୨ଲକ୍ଷ ଟଙ୍କାରେ ଟାୱେଲକୁ ନିଲାମ କରାଯାଇଥିଲା। ନିଲାମିରୁ ମିଳିଥିବା ଟଙ୍କାଙ୍କୁ ଦାନ କରିଦିଆଯାଇଥିଲା।

ସେହିଭଳି ଏ ଜୱାନୀ ହେ ଦିୱ‌ାନୀରେ ଅଭିନେତ୍ରୀ ଦୀପିକା ପାଦୁକୋନ ଯେଉଁ ଚଷମା ପିନ୍ଧିଥିଲେ, ସୁଟିଂ ଶେଷ ହେବା ପରେ ସେ ତାକୁ ନିଜ ପାଖରେ ରଖିଥିଲେ। ଚଷମାଟି ତାଙ୍କୁ ପସନ୍ଦ ବହୁତ ପସନ୍ଦ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe