ଅନ୍ୟକୁ ନିଅ ମୋତେ ନୁହେଁ; କାହିଁକି ସିଟାଡେଲ କରିବାକୁ ଚାହୁନଥିଲେ ସାମନ୍ଥା

ଶାରୀରିକ ସମସ୍ୟା ପାଇଁ ସିଟାଡେଲ: ହନି ବନ୍ନି କରିବାକୁ ଚାହୁନଥିଲେ ସମସ୍ୟା। ଏଥିପାଇଁ ସେ ନିର୍ଦ୍ଦେଶକଙ୍କୁ ଅନ୍ୟ ଅଭିନେତ୍ରୀଙ୍କୁ ନେବା ପାଇଁ ଅନୁରୋଧ କରିଥିଲେ। ହେଲେ ଶେଷରେ ତାଙ୍କୁ ଫିଲ୍ମ କରିବାକୁ ପଡ଼ିଥିଲା।

citadel

ମୁମ୍ବାଇ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ତଳେ ସେ ନିଜ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେଉଥିବା ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏହା ପରେ ସାମନ୍ଥାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ ହୋଇଥିଲା। କିଛି ମାସ ତଳେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଛନ୍ତି।

ଏବେ ସେହି ସମୟର ଏକ ଘଟଣା ସାମନ୍ଥା ସମସ୍ତଙ୍କୁ ଜଣାଇଛନ୍ତି। ଅଭିନେତ୍ରୀ ଏବେ ନିଜର ଆଗାମୀ ୱେବ ସିରିଜ୍ 'ସିଟାଡେଲ: ହନି ବନ୍ନି'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସିରିଜର ଟ୍ରେଲରକୁ ପ୍ରଶଂସା କରାଯାଉଥିବା ବେଳେ ସାମନ୍ଥାଙ୍କ ଅଭିନୟକୁ ଲୋକେ ପସନ୍ଦ କରୁଛନ୍ତି। ହେଲେ ଦିନ ଥିଲା ଅଭିନେତ୍ରୀ ଏହି ସିରିଜ୍ କରିବାକୁ ଚାହୁନଥିଲେ। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ସିଟାଡେଲ: ହନି ବନ୍ନି ମୋତେ ଅଫର କରାଯାଇଥିବା ବେଳେ ମୋତେ ମାୟୋସିଟିସ୍ ହୋଇଥିଲା। ଦୁର୍ବଳ ଲାଗୁଥିବାରୁ ମୁଁ ଏହି ସିରିଜ୍ କରିପାରିବି ନାହିଁ ବୋଲି ଭାବିଥିଲି। ତେଣୁ ନିର୍ଦ୍ଦେଶକ ରାଜ୍ ଏବଂ ଡିକେଙ୍କୁ ଅନ୍ୟ ଅଭିନେତ୍ରୀଙ୍କ ବିକଳ୍ପ ଦେଇଥିଲି। ମୋଠୁ ସେମାନେ ଭଲ କାମ କରିବେ ବୋଲି କହିଥିଲି। ହେଲେ ସେମାନେ କେବଳ ମୋ ସହ ହିଁ କାମ କରିବାକୁ ଚାହୁଥିଲେ। ସେମାନଙ୍କ ବିଶ୍ବାସ ଆଗରେ ମୁଁ ହାର୍ ମାନି ପ୍ରସ୍ତୁତି ଆରମ୍ଭ କରିଥିଲି। ଏବେ ଟ୍ରେଲର ଦେଖି ଲାଗୁଛି ମୁଁ ଯେଉଁଭଳି ଭାବେ କଷ୍ଟ କରିଥିଲି, ତା’ର ଫଳ ମିଳିଯାଇଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe