ମୋତେ ନେଇ ରାଜନୀତି କରନାହିଁ; ସୁରେଖାଙ୍କ ବିବାଦୀୟ ବୟାନକୁ ନେଇ କହିଲେ ସାମନ୍ଥା

ବିଆରଏସ ସଭାପତି କେଟିଆର, ସାଉଥ୍ ଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କ ସହ ରାତି କଟାଇବାକୁ ଚାହୁଥିଲେ। ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ଏଭଳି ବୟାନକୁ ନେଇ କଡ଼ା ପ୍ରତିକ୍ରିୟା ଦେଲେ ସାମନ୍ଥା।

samantha

ନୂଆଦିଲ୍ଲୀ: ସାଉଥ ଷ୍ଟାର ସାମନ୍ଥା ରୁଥ ପ୍ରଭୁ ଏବଂ ନାଗା ଚୈତନ୍ୟ ପୁଣି ଥରେ ଚର୍ଚ୍ଚାରେ | ୨୦୨୧ ମସିହାରେ ଏହି ଦମ୍ପତି ଅଲଗା ହୋଇଥିଲେ | ଉଭୟ ବର୍ତ୍ତମାନ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି। ନାଗା ଚୈତନ୍ୟ ମଧ୍ୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ସମୟରେ ସେମାନଙ୍କ ଛାଡପତ୍ରକୁ ନେଇ ଏକ ନୂଅ ବିବାଦ ଆରମ୍ଭ ହୋଇଛି। ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖା ଏକ ଚାଞ୍ଚଲ୍ୟକର ବିବୃତି ଦେଇ କହିଛନ୍ତି ଯେ ସାମନ୍ଥା ଏବଂ ନାଗା ଅଲଗା ହେବା ପଛରେ ବିଆରଏସ ସଭାପତି କେ.ଟି ରାମା ରାଓଙ୍କ ହାତ ରହିଛି। ତାଙ୍କର ବିବାଦୀୟ ବିବୃତିପରେ ଲୋକେ ତାଙ୍କୁ ସମାଲୋଚନା କରିବା ସହ କେ.ଟି ରାମା ରାଓ ଆଇନଗତ ନୋଟିସ ପଠାଇବା ପରେ ମନ୍ତ୍ରୀ କ୍ଷମା ମାଗିଥିବା ଜଣାପଡ଼ିଛି। 

ତେବେ ସୁରେଖା ଦାବି କରିଥିଲେ ଯେ, କେଟିଆର, ନାଗାର୍ଜୁନଙ୍କୁ ଧମକ ଦେଇଥିଲେ। ଏନ-କନଭେନସନ ସେଣ୍ଟର ଯଦି ଭାଙ୍ଗିବାକୁ ଚାହୁଁନାହଁ ତେବେ ମୋ ପାଖକୁ ସାମନ୍ଥାଙ୍କୁ ପଠାଅ ବୋଲି ନାଗାର୍ଜୁନଙ୍କୁ କହିଥିଲେ କେଟିଆର। ନିଜ କନଭେନସନ ସେଣ୍ଟର ବଞ୍ଚାଇବାକୁ ନାଗାର୍ଜୁନ, ସାମନ୍ଥାଙ୍କୁ କେଟିଆରଙ୍କ କଥା ମାନି ତାଙ୍କ ପାଖକୁ ଯିବାକୁ କହିଥିଲେ। ହେଲେ ସାମନ୍ଥା ରାଜି ହୋଇନଥିଲେ। ଏହି କାରଣରୁ ସାମନ୍ଥା ଓ ଚୈତନ୍ୟଙ୍କ ଛଡ଼ପତ୍ର ହୋଇଥିଲା।

ଏଭଳି ଦାବି ଉପରେ ପ୍ରତିକ୍ରିୟା ଦେଇ ସାମନ୍ଥା ଇନଷ୍ଟା ଷ୍ଟୋରୀରେ ସ୍ପଷ୍ଟ କରିଛନ୍ତି ଯେ, “ଜଣେ ମହିଳା ହେବା, ବାହାରକୁ ଆସିବା, କାମ କରିବା, ଗ୍ଲାମରସ୍ ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିବା, ପ୍ରେମରେ ପଡ଼ିବା, ପ୍ରେମରୁ ବାହାରକୁ ଆସିବା..ଏତେ ସବୁ ପରେ ବି ମୁଁ ଠିଆ ହୋଇ ଲଢ଼ୁଛି। ଏଥିପାଇଁ ବହୁତ ସାହସ ଏବଂ ଶକ୍ତି ଆବଶ୍ୟକ। କୋଣ୍ଡା ସୁରେଖାଜୀ, ଏହି ଯାତ୍ରା ମୋତେ ଆଜି ଯାଆ ବନାଇ ଦେଇଛି ସେଥିପାଇଁ ମୁଁ ଗର୍ବିତ । ଦୟାକରି ଏହାକୁ ମହତ୍ବହୀନ କରନ୍ତୁ ନାହିଁ | ମୁଁ ଆଶା କରୁଛି ଆପଣ ବୁଝିପାରିବେ ଯେ ଆପଣଙ୍କ କଥା ଜଣେ ମନ୍ତ୍ରୀ ଭାବରେ ଗୁରୁତ୍ୱପୂର୍ଣ୍ଣ ଭାର ବହନ କରେ | ଜଣକ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି।”

ସେ ଆହୁରି ଲେଖିଛନ୍ତି “ମୋର ଛାଡପତ୍ର ଏକ ବ୍ୟକ୍ତିଗତ ବିଷୟ, ଏବଂ ମୁଁ ଅନୁରୋଧ କରୁଛି ଯେ ଆପଣ ଏହାକୁ ନେଇ ଅଧିକ କଳ୍ପନା କରନ୍ତୁ ନାହିଁ। ସ୍ପଷ୍ଟ କରିବାକୁ ଚାହେ ଯେ, ମୋର ଛାଡପତ୍ର ପାରସ୍ପରିକ ସମ୍ମତି ଏବଂ ବନ୍ଧୁତ୍ୱପୂର୍ଣ୍ଣ ଥିଲା, ଏଥିରେ କୌଣସି ରାଜନୈତିକ ଷଡଯନ୍ତ୍ର ନଥିଲା | ଆପଣ ଦୟାକରି ମୋ ନାମକୁ ନେଇ ରାଜନୀତି କରନ୍ତୁ ନାହିଁ । ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe