ମୁଁ ଭିକ ମାଗିବାକୁ ଚାହେନି; ହିରୋ-ହିରୋଇନଙ୍କୁ ସମାନ ପାରିଶ୍ରମିକ ମିଳୁନଥିବା ଉପରେ ସାମନ୍ଥାଙ୍କ ପ୍ରତିକ୍ରିୟା

Advertisment
ମୁଁ ଭିକ ମାଗିବାକୁ ଚାହେନି; ହିରୋ-ହିରୋଇନଙ୍କୁ ସମାନ ପାରିଶ୍ରମିକ ମିଳୁନଥିବା ଉପରେ ସାମନ୍ଥାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ୍ ପ୍ରଭୁ ଏବେ ନିଜର ଆଗାମୀ ଫିଲ୍ମ ‘ଶକୁନ୍ତଲମ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଶକୁନ୍ତଳା ଓ ରାଜା ଦୁଷ୍ୟନ୍ତଙ୍କ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ସାମନ୍ଥା ଶକୁନ୍ତଳାଙ୍କ ଭୂମିକାରେ ଦେଖାଦେବେ। ଦେବ ମୋହନ ଦୁଷ୍ୟନ୍ତଙ୍କ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି ଜଣାପଡ଼ିଛି।

ତେବେ ୨୦୨୧ ଶେଷ ଆଡ଼କୁ ବିବାହ ବିଚ୍ଛେଦ ହେବା ପରେ ଗତ ବର୍ଷ ସେ ଏକ ବିରଳ ରୋଗର ଶିକାର ହୋଇଥିଲେ। ରୋଗ କାରଣରୁ ସେ ସାମାଜିକ ଗଣମାଧ୍ୟମରେ ହଠାତ୍ ନିଷ୍କ୍ରିୟ ହୋଇଯିବା ଆମେ ଦେଖିଥିଲୁ। ପରେ ସେ ଘୋଷଣା କରିଥିଲେ ଯେ ତାଙ୍କୁ ଡେର୍ମାଟୋମାୟୋସାଇଟିସ୍ ନାମକ ରୋଗ ହୋଇଛି। ଅସୁସ୍ଥତା କାରଣରୁ ସେ ପୂର୍ବ ଚଳଚ୍ଚିତ୍ର ‘ଯଶୋଦା’ର ପ୍ରଚାର କରିପାରିନଥିଲେ। ଏବେ କିନ୍ତୁ ସାମନ୍ଥା ସଂପୂର୍ଣ୍ଣ ଆରୋଗ୍ୟଲାଭ କରି ୨୦୨୩ ମସିହାକୁ ଏକ ସଫଳ ବର୍ଷରେ ପରିଣତ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିଜ ଫିଲ୍ମ ପାଇଁ ଏବେ ଚର୍ଚ୍ଚାରେ ଥିବା ସାମନ୍ଥା ହିରୋ-ହିରୋଇନଙ୍କୁ ସମାନ ପାରିଶ୍ରମିକ ମିଳୁନଥିବା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି।

ସେ କହିଛନ୍ତି ଯେ, ମୁଁ କଠିନ ପରିଶ୍ରମ କରୁଛି, କିନ୍ତୁ ମୁଁ ଏହା ସମାନ ପାରିଶ୍ରମିକ ପାଇବାକୁ କରୁନାହିଁ। ମୁଁ ଚାହୁଛି ମୋର ପରିଶ୍ରମ ଦେଖି ଲୋକ ମୋ ପାଖକୁ ଆସି ମୋତେ ମୋ ପରିଶ୍ରମର ଫଳ ଦିଅନ୍ତୁ। ଲୋକମାନେ ଆସି କେବଳ ଏତିକି କୁହନ୍ତୁ, ଆମେ ଆପଣଙ୍କୁ ଅଧିକ ପାରିଶ୍ରମିକ ଦେବାକୁ ଚାହୁଁଛୁ। ମୁଁ ଏହା ପାଇଁ ଭିକ ମାଗି ପାରିବି ନାହିଁ। ମୁଁ ବିଶ୍ୱାସ କରେ ଯେ କେବଳ କଠିନ ପରିଶ୍ରମ କରିବା ଦ୍ବାରା ହିଁ ଅଧିକ ପାରିଶ୍ରମିକ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe