ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା ! ଇନଷ୍ଟାରେ ନାଗାଙ୍କ ସହ ଫଟୋ ଦିଶିବା ପରେ ହେଲା ଚର୍ଚ୍ଚା

Advertisment
ପୁଣି ନାଗାଙ୍କ ପ୍ରେମରେ ସାମନ୍ଥା ! ଇନଷ୍ଟାରେ ନାଗାଙ୍କ ସହ ଫଟୋ ଦିଶିବା ପରେ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ: ଚାରି ବର୍ଷର ବ‌ୈବାହିକ ଜୀବନ ପରେ ଲୋକପ୍ରିୟ ଦକ୍ଷିଣ ଭାରତୀୟ ଦମ୍ପତି ଅଭିନେତ୍ରୀ ସାମନ୍ଥା ଓ ନାଗା ଚୈତନ୍ୟ ପରସ୍ପରକୁ ଛାଡ଼ପତ୍ର ଦେଉଥିବା ଖବର ଅକ୍ଟୋବର ୨, ୨୦୨୧ରେ ସାମାଜିକ ଗଣମାଧ୍ୟମରେ ଘୋଷଣା କରିଥିଲେ। ଏହି ଘୋଷଣା ଉଭୟଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଦୁହେଁ ଅଲଗା ହେବା ପରେ ଏବେ ନିଜ ନିଜ କାମକୁ ନେଇ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଏବେ ଛାଡ଼ପତ୍ରର ୨ବର୍ଷ ପରେ ନାଗା ଓ ସାମନ୍ଥା ପୁଣି ଥରେ ପ୍ୟାଚଅପ କରିଥିବା ଚର୍ଚ୍ଚା ହେଉଛି।

ଇନଷ୍ଟାରେ ସମାନ୍ଥା, ନାଗାଙ୍କ ସହ ସେୟାର କରିଥିବା ଫଟୋକୁ ଛାଡ଼ପତ୍ର ପରେ 'ଆରକାଇଭଡ୍' କରି ଦେଇଥିଲେ। ଅର୍ଥାତ୍ ନାଗାଙ୍କ ସହ ଥିବା ସବୁ ଫଟୋ ତାଙ୍କ ପେଜରେ ଦେଖାଯାଉନଥିଲା। ଏବେ ସାମନ୍ଥା ନାଗାଙ୍କ ସହ ଥିବା ଫଟୋକୁ 'ଅନଆରକାଇଭଡ୍' କରିଥିବା ଦେଖିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମରେ ସାମନ୍ଥାଙ୍କର ଏହି ପୋଷ୍ଟଟି ଭାଇରାଲ ହେଉଛି। ଫଟୋଟି ଦୁହିଁଙ୍କ ବିବାହ ସମୟର ହୋଇଥିବା ବ‌େଳେ ସାମନ୍ଥା, ନାଗାଙ୍କ ଗାଲରେ ଚୁମ୍ବନ ଦେଉଥିବା ଦେଖାଯାଇଛି। ଫଟୋଟି ସେୟାର କରି ସାମନ୍ଥା, ନାଗାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଫଟୋଟି ସାମନ୍ଥାଙ୍କ ଇନଷ୍ଟା ପେଜରେ ପୁଣି ଥରେ ପ୍ରଶଂସକମାନେ ଦେଖିବାକୁ ପାଇବା ପରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।

ତେବେ କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, ନାଗାର୍ଜୁନ ତାଙ୍କ ପୁଅ ନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହ କରାଇବାକୁ ଯୋଜନା କରୁଛନ୍ତି। ‌ହେଲେ ନାଗା କାହାକୁ ବିବାହ କରିବେ, ତାହା ସ୍ପଷ୍ଟ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe