ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ହିଁ ସାମନ୍ଥାଙ୍କୁ ମିଳିଥିଲା ‘ଉ ୱାଣ୍ଟା ୱା’ ଆଇଟମ୍‌ ଗୀତର ଅଫର୍‌, କରିବାକୁ ମନା କରିଥିଲେ ବନ୍ଧୁ ଓ ପରିବାର

Advertisment
ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ହିଁ ସାମନ୍ଥାଙ୍କୁ ମିଳିଥିଲା ‘ଉ ୱାଣ୍ଟା ୱା’ ଆଇଟମ୍‌ ଗୀତର ଅଫର୍‌, କରିବାକୁ ମନା କରିଥିଲେ ବନ୍ଧୁ ଓ ପରିବାର

www.google.com

ନୂଆଦିଲ୍ଲୀ:  ସାଉଥ ସୁପରଷ୍ଟାର ସାମନ୍ଥା ରୁଥ୍ ପ୍ରଭୁ ଏବେ ନିଜର ଆଗାମୀ ଫିଲ୍ମ ‘ଶକୁନ୍ତଲମ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ସାମନ୍ଥା ସାଉଥ୍‌ର ଜଣେ ଜଣାଶୁଣା ଅଭିନେତ୍ରୀ, ଯିଏବି ବଲିଉଡ୍‌ରେ ବି ଧୀରେ ଧୀରେ ରାଜ୍‌ କରିବା ଆରମ୍ଭ କରିଛନ୍ତି । ସେ ବଲିଉଡ୍‌ର କୌଣସି ବି ଶ୍ରେଷ୍ଠ ଅଭିନେତ୍ରୀଙ୍କଠାରୁ କମ୍‌ ନୁହଁନ୍ତି।

ନାଗା ଚୈତନ୍ୟଙ୍କ ସହ ତାଙ୍କ ବିବାହ ବିଚ୍ଛେଦ ହୋଇଯାଇଥିବା ବେଳେ ସାମନ୍ଥା ରୁଥ୍ ପ୍ରଭୁ ସେ ସମୟରେ ବେଶ୍‌ ଚର୍ଚ୍ଚାରେ ରହିଥି‌ଲେ। ନିକଟରେ ଏକ ସାକ୍ଷାତକାର ଦେଇ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସହିତ ଜଡିତ ଅନେକ କଥାକୁ ପ୍ରକାଶ କରିଛନ୍ତି।

ଏହି ସାକ୍ଷାତ୍‌କାରରେ ଅଭିନେତ୍ରୀ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ସାରିଥିଲେ ସେତେବେଳେ ତାଙ୍କୁ 'ପୁଷ୍ପା' ଫିଲ୍ମର ‘ଉ ୱାଣ୍ଟା ୱା’ ଗୀତ ଅଫର୍‌ କରାଯାଇଥିଲା।

ତେବେ ଏପରି ଏକ ସମୟରେ ତାଙ୍କୁ ଆଇଟମ୍ ଗୀତରେ ନାଚିବାକୁ ପରିବାର ଓ ବନ୍ଧୁମାନେ ବାରଣ କରିଥିଲେ। କୌଣସି ଆଇଟମ୍‌ ଗୀତରେ ଅଭିନୟ କରିବାର କିଛି ଆବଶ୍ୟକତା ନାହିଁ ବୋଲି ତାଙ୍କର ନିକଟତର ଲୋକମାନେ ତାଙ୍କୁ ମନା କରି ଦେଇଥିବା ସେ କହିଛନ୍ତି।

ଏପରିକି ଯେଉଁମାନେ ସବୁବ‌େଳେ କିଛି ଚ୍ୟାଲେଞ୍ଜ୍‌ ନେବାକୁ ପାଇଁ ସାମନ୍ଥାଙ୍କୁ ପ୍ରୋତ୍ସାହିତ କରନ୍ତି, ସେମାନେ ସେ ସମୟ‌ରେ କାମ ନକରି ଘରେ ବସିବାକୁ ପରାମର୍ଶ ଦେଇଥିଲେ। ହେଲେ କାହାରି ବି କଥା ମାନିନଥିଲେ ସାମନ୍ଥା। ବିବାହକୁ ସଫଳ ହେବାକୁ ସେ ନିଜର ୧୦୦ ପ୍ରତିଶତ ଦେବା ପରେ ବି ଯଦି ବିବାହ ଭାଙ୍ଗିଛି ତ ତାହା ତାଙ୍କ ଦୋଷ ନୁହେଁ। ଅପରାଧୀ ପରି ଘରେ ନ ବସି, କାମ କରିବାକୁ ସେ ଉଚିତ ମଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe