ବିବାହକୁ ଆଉ କିଛି ସମୟ ଥିବା ବେଳେ ପ୍ରଥମସ୍ତ୍ରୀଙ୍କ ସହିତ ଭାଇରାଲ ହେଉଛି ଫଟୋ

ବିବାହର ୪ବର୍ଷ ପରେ ଆର୍ଥାତ ୨୦୨୧ରେ ସାମନ୍ଥା ଓ ନାଗା ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଏହାର କିଛିଦିନ ପରେ ନାଗା ଶୋଭିତା ଧୂଲିପାଲାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଡିସେମ୍ବର ୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ହେବ ଆବନ୍ଧ।

ଅଦ୍ୟତନ ହୋଇଛି
ବପନବପ

ନୂଆଦିଲ୍ଲୀ: ସାଉଥ୍ ଅଭିନେତା ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲାଙ୍କ ଡିସେମ୍ବର ୪ ତାରିଖ‌ରେ ହାତଗଣ୍ଠି ପଡିବ। ଉଭୟଙ୍କ ବିବାହର ରୀତିନୀତି ଆରମ୍ଭ ହୋଇସାରିଛି । ସୋସିଆଲ ମିଡିଆରେ ଉଭୟଙ୍କ ବିବାହର ଫଟୋ ଭାଇରାଲ ହେବାରେ ଲାଗିଛି । 

ଏହି କ୍ରମରେ ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଫଟୋକୁ କିଛିବର୍ଷ ପୂର୍ବେ ସାମନ୍ଥା ରୁଥ ପ୍ରଭୁ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଥିଲେ।

ଏହି ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ସାମନ୍ଥା ଏହି ଫ‌ଟୋକୁ ରଖି ଏବେ ଆଉ କ’ଣ ଲାଭ। ଏହାକୁ ଡିଲିଟି କରିଦେବା ଉଚିତ ହେବ । ଏବେ ସମୟ ଆସି ଯାଇଛି ତୁମେ ଯାହା ଚାହୁଁଥିଲ ତାହାଠାରୁ ଅଧିକ ପାଅ।’

ସାମନ୍ଥା ରୁଥ ପ୍ରଭୁ ଓ ନାଗାଙ୍କ ବିବାହ ୨୦୧୭ ଅକ୍ଟୋବର ୬ ତାରିଖରେ ଗୋଆରେ ହୋଇଥିଲା। ସେହି ବର୍ଷ ନାଗାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସାମନ୍ଥା ଉକ୍ତ ଫଟୋକୁ ସେୟାର କରି ଲେଖିଥିଲେ, ‘ହାପି ବାର୍ଥଡେ ମାଇ ଏଭ୍ରିଥିଂ’। ଭଗବାନଙ୍କୁ ପାର୍ଥନା କି ତୁମେ ଯାହା ଚାହୁଁଛ ସେ ସବୁ ତୁମକୁ ମିଳୁ। ମୁଁ ତୁମକୁ ଖୁବ ଭଲପାଏ।’

ବିବାହର ୪ବର୍ଷ ପରେ ଆର୍ଥାତ ୨୦୨୧ରେ ସାମନ୍ଥା ଓ ନାଗା ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଏହାର କିଛିଦିନ ପରେ ନାଗା ଶୋଭିତା ଧୂଲିପାଲାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଡିସେମ୍ବର ୪ ତାରିଖରେ ଦୁହେଁ ବିବାହ ବନ୍ଧନରେ ହେବ ଆବନ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe