ପୂର୍ବ ସ୍ବାମୀଙ୍କୁ ଦେଇଥିବା ଉପହାର ଉପରେ ଅଯଥା ଖର୍ଚ୍ଚ କରିଛି: ସାମନ୍ଥା

ସାଉଥ୍ ଅଭିନେତା ନାଗା ଚୈତନ୍ୟ ଖୁବ୍ ଶୀଘ୍ର ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ବିବାହ କରିବେ। ଏମଧ୍ୟରେ ପୂର୍ବ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଏକ ବୟାନ ଖୁବ ଭାଇରାଲ ହେଉଛି।

00

ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ଏବେ ଡିସେମ୍ବର ୪ରେ ଦୁହେଁ ବିବାହ କରିବେ। ଏମଧ୍ୟରେ ଚୈତନ୍ୟଙ୍କ ପୂର୍ବ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଏକ ବୟାନ ଖୁବ ଭାଇରାଲ ହେଉଛି।

ପ୍ରାଇମ୍ ଭିଡିଓରେ ପ୍ରସାରିତ ହେଉଥିବା ୱେବ ସିରିଜ 'ସିଟାଡେଲ: ହନି ବନି'ର ପ୍ରଚାର ସମୟରେ ସେ ଚୈତନ୍ୟଙ୍କ ନାମ ନନେଇ ଏକ ପ୍ରଶ୍ନର ଉତ୍ତର ଦେଇଥିଲେ, ଯାହା ଏବେ ଭାଇରାଲ ହେଉଛି। ୱେବ ସିରିଜରେ ସହ-କଳାକାର ଥିବା ବରୁଣ ଧୱନ ଯେତେବେଳେ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, 'ଏମିତି କେଉଁ ମୂଲ୍ୟହୀନ ଜିନିଷ ଉପରେ ତୁମେ ବହୁତ ଟଙ୍କା ଖର୍ଚ୍ଚ କରିଛ?' ଉତ୍ତରରେ ସାମନ୍ଥା କହିଥିଲେ, "ମୋ ପୂର୍ବ ସ୍ବାମୀଙ୍କୁ ଦେଇଥିବା ଉପହାରରେ।" କେତେ ଟଙ୍କା ଖର୍ଚ୍ଚ କରିଥିଲ ବୋଲି ବରୁଣ ପଚାରିଥିଲେ ବି ସାମନ୍ଥା ଏହାର ଉତ୍ତର ଦେଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe