ମୁମ୍ବାଇ: ଅଭିନେତା ବରୁଣ ଧାୱନ ଏବଂ ଅଭିନେତ୍ରୀ ସମନ୍ଥା ରଥପ୍ରଭୁ ସେମାନଙ୍କ ଫିଲ୍ମ 'ସିଟାଡେଲ ହନି ବନି'ରେ ନଜର ଆସିଛନ୍ତି। ସମନ୍ଥା ଏବଂ ବରୁଣ ଧାୱନ ଏହି ଚଳଚ୍ଚିତ୍ର ବିଷୟରେ ଅନେକ ସମୟରେ ସୋସିଆଲ ମିଡିଆରେ ଆଲୋଚନା କରିଥାନ୍ତି। ଏବେ ବରୁଣ ଧାୱନ ତାଙ୍କ ସହ ଅଭିନେତ୍ରୀ ସମନ୍ଥାଙ୍କ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।
ବରୁଣ ଧାୱନ କହିଛନ୍ତି ସମନ୍ଥା ମାୟୋସାଇଟିସ୍ ନାମକ ଏକ ବିପଜ୍ଜନକ ରୋଗରେ ପୀଡିତ ଅଛନ୍ତି। ଏହା ସତ୍ତ୍ବେ ସେ ନିରନ୍ତର ପରିଶ୍ରମ କରନ୍ତି। ବରୁଣ କହିଛନ୍ତି ଯେ ଏକ ସୁଟିଂ ସମୟରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ତାଙ୍କ ପାଇଁ ସେଟକୁ ଅମ୍ଳଜାନ ଟ୍ୟାଙ୍କ ମଗାଯାଇଥିଲା।
ବରୁଣ ଧାୱନ ଏକ ବାର୍ତ୍ତାଳାପ ସମୟରେ କହିଥିଲେ ଯେ ସିଟାଡେଲ ସୁଟିଂ ସମୟରେ ସମନ୍ଥା ମନ ଲଗାଇ କାମ କରିଥିଲେ। ବରୁଣ ଧାୱନ କହିଛନ୍ତି ଯେ ସୁଟିଂ ସମୟରେ ତାଙ୍କ ହୃଦୟ କୋହରେ ଭରିଯାଇଥିଲା।
ସେ ହଠାତ୍ ଆଖି ବନ୍ଦ କରି ଦେଇଥିଲେ। ତେବେ ବରୁଣ ତାଙ୍କ ଅବସ୍ଥା ବିଷୟରେ ଅଧିକ କିଛି କହି ନାହାନ୍ତି। ଏହା ପରେ ସମନ୍ଥା ଅମ୍ଳଜାନ ନେଇଥିଲେ । ସୁଟିଂ ସେଟ୍ରେ ସମସ୍ତୋ ଭାବୁଥିଲେ ସମନ୍ଥା କିଛି ଦିନ ଛୁଟି ନେବେ କିନ୍ତୁ ସେ ସେପରି କିଛି କରି ନ ଥିଲେ। ପୁଣି କାମ ଜାରି ରଖିଥିଲେ।
ଅଧିକ ପଢ଼ନ୍ତୁ: କୌଣସି ଧର୍ମ ପ୍ରଦୂଷଣକୁ ପ୍ରୋତ୍ସାହିତ କରେ ନାହିଁ: ସୁପ୍ରିମକୋର୍ଟ
ସର୍ବିଆର ରେଳ ଷ୍ଟେସନରେ ସୁଟିଂ ସମୟରେ ବରୁଣ ଅନ୍ୟ ଏକ ଘଟଣା ବିଷୟରେ କହିଥିଲେ । ସେ କହିଥିଲେ ଯେ ସମନ୍ଥାଙ୍କୁ ତାଙ୍କ ପଛରେ ଦୌଡ଼ିବାର ଥିଲା। ତେଣୁ ମୁଁ କ୍ୟାମେରା ଆଗରେ ଦୌଡ଼ିଲି। ସେ ଫ୍ରେମରେ ଥିଲେ ଏବଂ ହଠାତ୍ ତଳେ ପଡ଼ିଗଲେ। ସମନ୍ଥାଙ୍କ ଅବସ୍ଥା ଦେଖି ନିର୍ଦ୍ଦେଶକ ସୁଟିଂ ବନ୍ଦ କରିବାକୁ କହିଥିଲେ।
ସମନ୍ଥା ଯନ୍ତ୍ରଣାରେ ଛଟପଟ ହୋଇ କାନ୍ଦୁଥିଲେ। ସେ ତାଙ୍କ ସପୋର୍ଟ ଷ୍ଟାଫ୍ଙ୍କ ସହ ଥିଲେ, ତଥାପି ସେ ଦୃଶ୍ୟର ଅନ୍ତିମ ସୁଟିଂ ଶେଷ କରିଥିଲେ। ଏହି ଚଳଚ୍ଚିତ୍ରରେ କେ.କେ ମେନନ୍, ସାକିବ ସଲିମ, ସିକନ୍ଦର ଖେର, ସୋହମ୍ ମଜୁମଦାର, ଶିବାଙ୍କିତ ପ୍ୟାରୀହର ଏବଂ କାଶବି ମଜୁମଦାର ପ୍ରମୁଖ ଅଭିନୟ କରିଛନ୍ତି।
ଅଧିକ ପଢ଼ନ୍ତୁ: ଧୋନି-କୋହଲି-ରୋନାଲ୍ଡୋଙ୍କ ଭଳି କେଶ କାଟିବାକୁ ମନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/11/ewKEj5kEcdYGgsrpLSlb.jpeg)