କାହିଁକି ବିଗ୍ ବିଙ୍କୁ ସମ୍ପତ୍ତିରୁ ଭାଗ ମାଗିଲେ ସମୟ ରାଇନା !

'କୌନ ବନେଗା କରୋଡପତି' ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ଏହି ସୋ’ରେ ହାସ୍ୟ ଅଭିନେତା ସମୟ ରୈନା, ତନ୍ମୟ ଭଟ୍ଟ ଏବଂ ଭୁବନ ବାମଙ୍କୁ ଦେଖିବାକୁ ମିଳିବ। ସୋ’ରେ ସମୟ ବିଗ୍ ବିଙ୍କୁ ସମ୍ପତ୍ତିରୁ ଭାଗ ମାଗିଥିବା ପ୍ରୋମୋରେ ଦେଖାଯାଇଛି।

tbiggg

ମୁମ୍ବାଇ: କୌନ ବନେଗା କରୋଡପତି ହେଉଛି ଟେଲିଭିଜନ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରସିଦ୍ଧ କୁଇଜ୍ ସୋ’ ମଧ୍ୟରୁ ଗୋଟିଏ। ସୋ’କୁ ଅନେକ ବ୍ୟକ୍ତିତ୍ବ ଆସିଥିଲେ ଯେଉଁମାନେ ନିଜ ଜ୍ଞାନ ବଳରେ ଲକ୍ଷପତି ବା କୋଟିପତି ହୋଇଥିଲେ ଏବଂ ନିଜ ସ୍ୱପ୍ନ ପୂରଣ କରିଥିଲେ। ଏହି ସୋ’କୁ ସାଧାରଣ ଲୋକଙ୍କ ସମେତ ଅନେକ ସେଲିବ୍ରିଟି ଅତିଥିମାନେ ମଧ୍ୟ ଆସୁଥିବାର ଦେଖାଯାଏ। ଏଥର 'କୌନ ବନେଗା କରୋଡପତି' ସୋ'ରେ କିଛି ୟୁଟ୍ୟୁବର ଏବଂ ହାସ୍ୟ ଅଭିନେତା ନଜର ଆସିବେ। ଏଥର ଆପଣ ସମୟ ରୈନା, ତନ୍ମୟ ଭଟ୍ଟ ଏବଂ ଭୁବନ ବାମଙ୍କୁ ଦେଖିବେ। ସୋ’ର ପ୍ରୋମୋ ଏବେ ଭାଇରାଲ ହେଉଥିବା ବେଳେ ଏଥିରେ ସମୟ, ଅମିତାଭ ବଚ୍ଚନଙ୍କୁ ସମ୍ପତ୍ତିରୁ ଭାଗ ମାଗୁଥିବା ଦେଖାଯାଇଛି।

ଭିଡିଓରେ ସମୟ, ବିଗ୍ ବିଙ୍କ ତାଙ୍କ ଫିଲ୍ମର ସଂଳାପ କହିବାକୁ ଅନୁରୋଧ କରୁଛନ୍ତି। ଏହା ପରେ ବିଗ୍ ବି ତାଙ୍କର ଲୋକପ୍ରିୟ ସଂଳାପ, 'ରିସ୍ତେ ମେଁ ତୋ ହମ୍ ତୁମ୍ହାରେ ବାପ୍ ଲଗତେ ହେ...ନାମ ହେ ଶେହେନଶାହ' କହୁଛନ୍ତି। ଏହା ଶୁଣି ସମୟ କହୁଛନ୍ତି, 'ଆପଣ ଏବେ ମୋତେ ପୁଅ କହିଦେଲେ। ମୋତେ ଏବେ ସମ୍ପତ୍ତିରୁ ଭାଗ ଦିଅନ୍ତୁ।' ଏହା ଶୁଣିବା ପରେ ବିଗ୍ ବି ହସିବାକୁ ଲାଗୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe