ମୁଁ ଯାହା କହିଥିଲି ସେଥିପାଇଁ ମୁଁ ଗଭୀର ଅନୁତାପ କରୁଛି: ସମୟ ରାଇନା

କମେଡିଆନ ସମୟ ରାଇନାଙ୍କ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ବିବାଦୀୟ ମନ୍ତବ୍ୟ ଦେବା ପରେ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସିଥିଲେ। ଏବେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମୟ।

tsamayrain

ମୁମ୍ବାଇ: କମେଡିଆନ ସମୟ ରାଇନାଙ୍କ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ବିବାଦୀୟ ମନ୍ତବ୍ୟ ଦେବା ପରେ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସିଥିଲେ। ରଣବୀରଙ୍କ ମନ୍ତବ୍ୟ ପାଇଁ ବିବାଦ ବଢ଼ୁଥିବା ଦେଖି ସୋ’କୁ ବନ୍ଦ କରିଦେବା ସହ ନିଜ ୟୁଟ୍ୟୁବରୁ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସବୁ ଭିଡିଓ ହଟାଇ ଦେଇଥିଲେ ସମୟ । ବିବାଦ ମଧ୍ୟରେ ସମୟ ଏହା ଉପରେ ପ୍ରତିକ୍ରିୟା ଦେଇନଥିବା ବେଳେ ଏବେ ସେ ତାଙ୍କର ନୀରବତା ଭାଙ୍ଗିଛନ୍ତି । ଘଟଣାର ତଦନ୍ତ ସମ୍ପର୍କରେ ସମନ ପାଇବା ପରେ ସମୟ ରାଇନା ସୋମବାର ନଭି ମୁମ୍ବାଇର ମହାରାଷ୍ଟ୍ର ସାଇବର ପୁଲିସ ନିକଟରେ ହାଜର ହୋଇଥିଲେ।

ପୁଲିସକୁ ଦେଇଥିବା ବିବୃତ୍ତିରେ, ରାଇନା ତାଙ୍କ ମନ୍ତବ୍ୟ ପାଇଁ ଗଭୀର ଦୁଃଖ ପ୍ରକାଶ କରି ସ୍ୱୀକାର କରିଛନ୍ତି ଯେ, "ଯାହା ଘଟିଥିଲା ବା କୁହାଯାଇଥିଲା ତାହା କେବେବି ଉଦ୍ଦେଶ୍ୟମୂଳକ ନଥିଲା। ମୁଁ ଯାହା କହିଥିଲି ସେଥିପାଇଁ ମୁଁ ଗଭୀର ଅନୁତାପ କରୁଛି। କଥା କଥାରେ ଏହା ହୋଇଯାଇଥିଲା ଏବଂ ଏହା କହିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା। ମୁଁ ଅନୁଭବ କରୁଛି ଯେ ମୁଁ ଯାହା କହିଥିଲି ତାହା ଭୁଲ ଥିଲା।"

ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ସେ ଅଧିକ ସତର୍କ ରହିବେ ବୋଲି ସମୟ ରାଇନା କର୍ତ୍ତୃପକ୍ଷଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଏହି ବିବାଦ ତାଙ୍କ ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଛି।

Samay Raina | indias-got-latent-controversy | Ranveer Allahbadia

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe