ଇନଷ୍ଟାରେ କେବଳ ଜଣଙ୍କୁ ଫଲୋ କରନ୍ତି ସମୟ

"ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ" ସୋ’ ଯୋଗୁଁ କମେଡିଆନ୍ ସମୟ ରାଇନା ବିବାଦରେ ଫସିଛନ୍ତି। ଇନଷ୍ଟା ଓ ୟୁଟ୍ୟୁବରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି। ଇନଷ୍ଟାରେ ତାଙ୍କୁ ୬ମିଲିୟନ ଲୋକ ଫଲୋ କରୁଥିବା ବେଳେ ସେ ମାତ୍ର ଜଣଙ୍କୁ ଫଲୋ କରୁଥିବା ଦେଖାଯାଇଛି।

tsamayyayy

ମୁମ୍ବାଇ: "ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ" ସୋ’ ଯୋଗୁଁ କମେଡିଆନ୍ ସମୟ ରାଇନା ବିବାଦରେ ଫସିଛନ୍ତି। ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ଅଶାଳୀନ ପ୍ରଶ୍ନ ପାଇଁ ବିବାଦ ଆରମ୍ଭ ହୋଇଛି। ଗୋଟାଏ ପଟେ ଲୋକମାନେ ସମୟଙ୍କ ସୋ’ ବନ୍ଦ କରିବାକୁ ଦାବି କରୁଥିବା ବେଳେ ଅନ୍ୟପଟେ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ସମୟ ତାଙ୍କର କମେଡି ପାଇଁ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ। ଇନଷ୍ଟା ଓ ୟୁଟ୍ୟୁବରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି। ଇନଷ୍ଟାରେ ତାଙ୍କୁ ୬ମିଲିୟନ ଲୋକ ଫଲୋ କରୁଥିବା ବେଳେ ସେ ମାତ୍ର ଜଣଙ୍କୁ ଫଲୋ କରୁଥିବା ଦେଖାଯାଇଛି।

Samay Raina

ସେ ଯେଉଁ ମହିଳାଙ୍କୁ ଫଲୋ କରୁଛନ୍ତି ସେ ତାଙ୍କ ପରିବାରର କେହି ନୁହନ୍ତି। ସମୟ ଇନଷ୍ଟାଗ୍ରାମରେ ଯେଉଁ ମହିଳାଙ୍କୁ ଫଲୋ କରନ୍ତି ସେ ହେଉଛନ୍ତି ରାଖି ସାୱନ୍ତ। ଆଜ୍ଞା ହଁ, ସମୟ ଇନଷ୍ଟାଗ୍ରାମରେ କେବଳ ରାଖି ସାୱନ୍ତଙ୍କୁ ଫଲୋ କରନ୍ତି। ଆପଣଙ୍କୁ କହି ରଖୁଛୁ ଯେ ରାଖି ସାୱନ୍ତ, ସମୟଙ୍କ ସହିତ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ଏକ ଏପିସୋଡରେ ମଧ୍ୟ କରିସାରିଛନ୍ତି।

ଏକ ସାକ୍ଷାତକାରରେ ରାଖି, ସମୟ-ରଣବୀରଙ୍କୁ ସମର୍ଥନ କରି କହିଛନ୍ତି ଯେ, "ଜଣେ ବ୍ୟକ୍ତି ଭୁଲ କରିଛି କିନ୍ତୁ ଅନ୍ୟମାନଙ୍କୁ କାହିଁକି ଟାର୍ଗେଟ କରାଯାଉଛି?' ରଣବୀର କିଛି ଭୁଲ କହିଛନ୍ତି ଏବଂ ମୁଁ ମଧ୍ୟ ସହମତ ଯେ ସେ ଭୁଲ ଥିଲେ। କିନ୍ତୁ ସମୟ ରାଇନାଙ୍କୁ କାହିଁକି ଟ୍ରୋଲ କରାଯାଉଛି? ଯେତେବେଳେ ନୱାଜୁଦ୍ଦିନ ସିଦ୍ଦିକି ସାକ୍ରେଡ୍ ଗେମ୍ସରେ ଏକ ବୋଲ୍ଡ ଭୂମିକାରେ ଅଭିନୟ କରିଥିଲେ, କେହି କୌଣସି ପ୍ରଶ୍ନ ପଚାରି ନଥିଲେ। ଯଦି ଏହି ସୋ’କୁ ବନ୍ଦ କରିବାକୁ ଦାବି ହେଉଛି, ତେବେ ସମସ୍ତ ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିଦିଆଯିବା ଉଚିତ। ସମୟ ପ୍ରଥମ ବ୍ୟକ୍ତି ନୁହଁନ୍ତି ଯିଏ ଗାଳି କରି କମେଡି କରୁଛନ୍ତି। ମୁଁ ତୁମକୁ ଏପରି କେତୋଟି ସୋ’ ଦେଖାଇପାରିବି ଯେଉଁଥିରେ ଶାରୀରିକ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା ହୋଇଛି। କାହିଁକି କେବଳ ଗୋଟିଏ ସୋ’କୁ ଟାର୍ଗେଟ କରାଯାଉଛି? ଯଦି ସେମାନେ ଦେଶକୁ ବଞ୍ଚାଇବାକୁ ଚାହାଁନ୍ତି, ତେବେ ସମସ୍ତ ଅଶ୍ଳୀଳ ସୋ’ ବନ୍ଦ ହେବା ଉଚିତ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe