ଅନୁଭବଙ୍କ ସପକ୍ଷ‌ରେ ବାହାରିଲେ ସମ୍ଭାବନା

Advertisment
ଅନୁଭବଙ୍କ ସପକ୍ଷ‌ରେ ବାହାରିଲେ ସମ୍ଭାବନା

ଓଲିଉଡ୍‌ ଦମ୍ପତି ‘ବର୍ଷା-ଅନୁଭବ’ ବିବାଦରେ ଅନୁଭବଙ୍କ ସପକ୍ଷରେ ବାହାରିଛନ୍ତି ଅଭିନେତ୍ରୀ ସମ୍ଭାବନା ମହାନ୍ତି। ବିଶିଷ୍ଟ ଅଭିନେତ୍ରୀ ସ୍ନିଗ୍‌ଧା ମହାନ୍ତିଙ୍କ ଝିଅ ସମ୍ଭାବନା ଅନୁଭବଙ୍କ ପ୍ରେସ୍‌ ବିବୃତି ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଅନୁଭବ ଭାଇ! ଶେଷରେ ନିରବତା ଭାଙ୍ଗି ମୁହଁ ଖୋଲିଥିବାରୁ ତୁମକୁ ଶୁଭେଚ୍ଛା’। ସମ୍ଭାବନାଙ୍କ ଏପରି ପ୍ରତିକ୍ରିୟାକୁ ନେଇ ସାମାଜିକ ଗଣମାଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜଣେ ପ୍ରଶଂସକ ସମ୍ଭାବନାଙ୍କୁ ପଚାରିଛନ୍ତି, ଶୁଭେଚ୍ଛା କ’ଣ ପାଇଁ? ନ୍ୟାୟ ଆସିବା ଯାଏ ସମସ୍ତେ ଅପେକ୍ଷା କରିବା। ଏକପାଖିଆ ଭାବେ ଆମେ କାହାକୁ ଦୋଷ ଦେଇପାରିବା ନାହିଁ କି ପ୍ରଶଂସା ବି କରିପାରିବା ନାହିଁ। ଯଦି ଅଭିଯୋଗ ସତ ହୋଇଥାଏ, ତେବେ ଅନୁଭବ ଦଣ୍ଡ ପାଇବା ଦରକାର। ଯଦି ମିଛ ହୋଇଥିବ, ତେବେ ବର୍ଷା ନିଜ ବିଶ୍ବସନୀୟତା ହରାଇବେ। ଏହାର ଜବାବ ଦେଇ ସମ୍ଭାବନା କହିଛନ୍ତି, କେବଳ ବର୍ଷା ଦି’ଙ୍କ ବିଶ୍ବସନୀୟତା କାହିଁକି? ଅନୁଭବ ଭାଇଙ୍କ ବିଶ୍ବସନୀୟତା କାହିଁକି ନୁହେଁ? ମୋ ପିଲାବେଳୁ ମୁଁ ଦୁହିଁଙ୍କୁ ଜାଣିଛି, ତୁମମାନଙ୍କଠାରୁ ଅଧିକ ଜାଣିଛି। ଯାହାକୁ ଯାହା ବିଶ୍ବାସ କରିବାର ଅଛି କରନ୍ତୁ। ମୁଁ ଏଠି ରାୟ ଶୁଣାଉନି, ତୁମେମାନେ ବି ଶୁଣାଅନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe