ଶାହରୁଖଙ୍କ ଫିଲ୍ମର ସଂଳାପକୁ ଶସ୍ତା କହିଲେ ସମୀର ୱାଙ୍ଖେଡେ

ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଗିରଫ କରିଥିବା ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡେ ପୁଣି ଥରେ ଏହି ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ଯବାନରେ ଶାହରୁଖଙ୍କର ଥିବା ସଂଳାପକୁ ଶସ୍ତା ବୋଲି କହି ପୁଣି ବିବାଦୀୟ ହୋଇଛନ୍ତି ଏନସିବିର ପୂର୍ବତନ ଜୋନାଲ ଅଫିସର ସମୀର।

tzakirrr

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଗିରଫ କରିଥିବା ଆଇଆରଏସ ଅଧିକାରୀ ସମୀର ୱାଙ୍ଖେଡେ ପୁଣି ଥରେ ଏହି ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ଯବାନରେ ଶାହରୁଖଙ୍କର ଥିବା ସଂଳାପକୁ ଶସ୍ତା ବୋଲି କହି ପୁଣି ବିବାଦୀୟ ହୋଇଛନ୍ତି  ଏନସିବିର ପୂର୍ବତନ ଜୋନାଲ ଅଫିସର  ସମୀର। ୨୦୨୧ରେ ସେ ଆରୟନଙ୍କୁ ଡ୍ରଗ୍ସ ସେବନ ଓ କାରବାର ମାମଲାରେ ଗିରଫ କରିଥିଲେ। ଏହାକୁ ନେଇ ସମୀର ଓ ଶାହରୁଖ ପରସ୍ପରର ଶତ୍ରୁ ପାଲଟିଯାଇଥିଲେ। ୨୦୨୩ରେ ଫିଲ୍ମ ଯବାନରେ ଶାହରୁଖଙ୍କର ଏକ ସଂଳାପ ଥିଲା(ବେଟେ କୋ ହାଥ୍ ଲଗାନେ ସେ ପେହେଲେ ବାପ୍ ସେ ବାତ୍ କର୍), ଯାହାଦ୍ବାରା ସେ ସମୀରଙ୍କୁ ଜବାବ ଦେଇଥିବା ନେଇ ଲୋକେ ଚର୍ଚ୍ଚା କରିଥିଲେ।

ଏବେ ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇ ସମୀର କହିଛନ୍ତି, "ମୁଁ କାହାର ନାମ ନେଇ ତାକୁ ଚର୍ଚ୍ଚିତ କରିବାକୁ ଚାହେଁ ନାହିଁ | ମାମଲା ଏବେ ହାଇକୋର୍ଟରେ ଅଛି ତେଣୁ ମୁଁ ସେ ବିଷୟରେ କୌଣସି ମନ୍ତବ୍ୟ ଦେଇ ପାରିବି ନାହିଁ। ଯେଉଁ ସଂଳାପ ବିଷୟରେ ମୋତେ ଆପଣ କହୁଛନ୍ତି ଏଥିରେ 'ବାପ୍', 'ବେଟା' ଭଳି ଶବ୍ଦର ବ୍ୟବହାର ହୋଇଛି। ଏହା ମୋତେ ବହୁତ ଶସ୍ତା ଲାଗୁଛି। ଭାରତୀୟ ସଂସ୍କୃତିରେ ଆମେ ଏହି ଶବ୍ଦ ବ୍ୟବହାର କରୁନାହୁଁ | ଏଭଳି ରାସ୍ତା କଡ଼ର ସଂଳାପ ଉପରେ ମୁଁ ସେହି ସ୍ତରକୁ ଯାଇ ସେମାନଙ୍କୁ ପ୍ରତିକ୍ରିୟା ଦେଇପାରିବି ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe