Advertisment

ଏହି ଅଭିନେତାଜଣକ ଆହତ ହେବାପରେ ସିଦ୍ଧାନ୍ତଙ୍କୁ ମିଳିଥିଲା ଏକ ଦମଦାର୍‌ ଭୂମିକା 

Advertisment
ଏହି ଅଭିନେତାଜଣକ ଆହତ ହେବାପରେ ସିଦ୍ଧାନ୍ତଙ୍କୁ ମିଳିଥିଲା ଏକ ଦମଦାର୍‌ ଭୂମିକା 

ଭୁବନେଶ୍ୱର : ୨୦୧୪ରେ ରିଲିଜ୍‌ ହୋଇଥିଲା ବେଶ୍‌ କେତୋଟି ଓଡ଼ିଆ ସିନେମା । ଏହାଭିତରୁ ଏକ ହିଟ୍‌ ଓଡ଼ିଆ ସିନେମା ହେଲା ‘ପର୍ଶୁରାମ’। ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅରିନ୍ଦମ୍‌, ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ସିଦ୍ଧାନ୍ତଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।

ହେଲେ ଆପଣ ଜାଣନ୍ତିକି  ସିଦ୍ଧାନ୍ତ ପ୍ରଥମେ ଏହି ଫିଲ୍ମର ଅଙ୍ଗ ନ ଥିଲେ। ହଁ, ‘ପର୍ଶୁରାମ’ର କାଷ୍ଟିଂରେ ପ୍ରଥମେ ସିଦ୍ଧାନ୍ତ ନ ଥିଲେ। ସେହି ଭୂମିକାରେ ଅଭିନୟ କରୁଥିଲେ  ଜଣାଶୁଣା ଅଭିନେତା ସମରେଶ ରାଉତରାୟ।

publive-image

କିନ୍ତୁ ଏହି ସିନେମାର ଏକ ଆକ୍ସନ ଦୃଶ୍ୟର ସୁଟିଂ ବେଳେ ସମରେଶ ଗଭୀର ଆଘାତ ପାଇଥିଲେ। ଫଳତଃ ସେ ସୁଟିଂ କରିବାକୁ ସକ୍ଷମ  ହୋଇନଥିଲେ। ଏହାପରେ ଅନ୍ୟ କୌଣସି କଳାକାରଙ୍କୁ ଦେଇ ଫିଲ୍ମଟି କଂପ୍ଲିଟ୍‌ କରାଯିବାର ଯୋଜନା ହେଲା।

ସେତେବେଳେ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ ଏବଂ ନିର୍ଦ୍ଦେଶକ ସୁଧାଂଶୁମୋହନ ସାହୁ କାହାକୁ ନେଇ ସିନେମା କଂପ୍ଲିଟ୍‌ କରିବେ କିଛି ଚିନ୍ତା କରି ପାରୁ ନଥିଲେ। ସବୁଠୁ ବଡ଼ କଥା ହେଲା ସିନେମାଟି ଦଶହରାରେ ରିଲିଜ୍‌ ହେବାର ଥାଏ ଯାହା ବେଶି ସମୟ ନ ଥାଏ। ବହୁ ବିଚାର ବିମର୍ଶପରେ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତଙ୍କୁ ସେହି ଭୂମିକାଲାଗି ଆପ୍ରୋଚ୍‌ କରାଗଲା। ସମରେଶ କରି ପାରି ନଥିବା ସେହି ଭୂମିକାରେ ସିଦ୍ଧାନ୍ତ ଅଭିନୟ କରିବାକୁ ଅବଶ୍ୟ ସାଙ୍ଗେ ସାଙ୍ଗେ ରାଜି ହୋଇଥିଲେ। ଏହାର ଏକ ପ୍ରମୁଖ କାରଣ ହେଲା ଯେ  ‘ପର୍ଶୁରାମ’ ପୂର୍ବରୁ ସିଦ୍ଧାନ୍ତ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ‘ଆଖିରେ ଆଖିରେ’ ଓ ‘ଗୋଲାପି ଗୋଲାପି’ ସିନେମାରେ କାମ କରିସାରିଥିଲେ।

publive-image

‘ପର୍ଶୁରାମ’ ରେ ସିଦ୍ଧାନ୍ତଙ୍କ ଭୂମିକାଟି ବି ଦମ୍‌ଦାର ଥିଲା। ଅବଶେଷରେ ସିଦ୍ଧାନ୍ତଙ୍କୁ ସୁଟିଂ ହୋଇଥିଲା ଏବଂ ‘ପର୍ଶୁରାମ’ ଯଥା ସମୟରେ ରିଲିଜ୍‌ ହୋଇଥିଲା। କହିବାବାହୁଲ୍ୟ ଯେ ଅରିନ୍ଦମ୍‌ଙ୍କ ପାଇଁ ପୁଣି ଲକି ସାବ୍ୟସ୍ତ ହୋଇଥିଲେ ସିଦ୍ଧାନ୍ତ। ଆଗରୁ ଏ ଦୁହେଁ ପ୍ରେମ ଋତୁ ଆସିଲାରେ, ମୁଁ ତତେ ଲଭ୍‌ କରୁଛି ଆଦି ସିନେମାରେ ଏକାଠି ନଜର ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe