ପେସା ବଦଳାଇବେ ସନା!

Advertisment
ପେସା ବଦଳାଇବେ ସନା!

ଶିଶୁ କଳାକାର ଭାବେ ପ୍ରସିଦ୍ଧି ଲାଭ କରିଥିବା ଏବ˚ ବଡ଼ ହେବା ପରେ ପେସାଦାର ଅଭିନେତ୍ରୀ ଜୀବନରେ ଶତ ପ୍ରତିଶତ ବିଫଳ ହୋଇଥିବା କଳାକାରଙ୍କ ମଧ୍ୟରେ ସନା ସଈଦ ଜଣେ। ୧୯୯୮ରେ ‘କୁଛ କୁଛ ହୋତା ହୈ’ ମାଧ୍ୟମରେ ସନାଙ୍କର ଶିଶୁ କଳାକାର ଜୀବନ ଆରମ୍ଭ ହୋଇଥିଲା। ତାହା ପରେ ‘ହର ଦିଲ ଜୋ ପ୍ୟାର କରେଗା’, ‘ବାଦଲ’ ଆଦି ଫିଲ୍ମ ଏବ˚ କେତୋଟି ଟେଲିଭିଜନ୍‌ ଧାରାବାହିକ। ୨୦୧୨ରେ ‘ଷ୍ଟୁଡେନ୍‌ଟ ଅଫ୍‌ ଦ ଇଅର‌୍‌’ରେ ପାର୍ଶ୍ବ-ଅଭିନେତ୍ରୀ ଭୂମିକାରେ ସନା ଅଭିନୟ କରି, ଦର୍ଶକ ତଥା ସମୀକ୍ଷକଙ୍କୁ ଚମତ୍କୃତ କରିଥିଲେ। ଫିଲ୍ମଟି ସଫଳ ହୋଇଥିଲା; ତେବେ, ତାଙ୍କର ଅଭିନେତ୍ରୀ ଜୀବନ ଏକ ରକମ ବିଫଳ! କାରଣ ତାହା ପରେ ସେ ଥରଟିଏ ମାତ୍ର ଆଇଟମ୍‌ ନମ୍ବର‌୍‌ ପରିବେଷଣ କରିଥିଲେ ‘ଫଗଲୀ’ରେ। ବାସ୍‌, ଆଉ କୌଣସି ଫିଲ୍ମ ପାଇନାହାନ୍ତି। ଏବେ ସନାଙ୍କ ବୟସ ତିରିଶ। ପେସାଦାର ଜୀବନ ଟେଲିଭିଜନ୍‌ ଧାରାବାହିକ ଏବ˚ ରିଅଲିଟି ସୋ ମଧ୍ୟରେ ସୀମିତ; ତାହା ବି କ୍ବଚିତ୍‌। ତେଣୁ, ପେସା ବଦଳାଇବା ପାଇଁ ଚିନ୍ତା କରୁଛନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe