ଦ୍ବି୍ତୀୟ ଥର ମା’ ହେବେ ସନା ଖାନ୍, ୨୦୨୩‌ରେ ଶିଶୁପୁତ୍ରକୁ ଦେଇଥିଲେ ଜନ୍ମ

ଅଭିନୟ ଛାଡ଼ି ‌ମୌଲବୀ ଅନସ ସୟଦଙ୍କୁ ବିବାହ କରିଥିଲେ ସନା ଖାନ। ବିବାହ ପରେ ୨୦୨୩ରେ ସନା ପ୍ରଥମ ସନ୍ତାନର ମା’ ବନିଥିବା ବେଳେ ଏବେ ସେ ଦ୍ବିତୀୟ ଥର ଗର୍ଭବତୀ ଥିବା ଜଣାଇଛନ୍ତି।

tsanakha

ମୁମ୍ବାଇ: ଅଭିନୟ ଛାଡ଼ି ‌ମୌଲବୀ ଅନସ ସୟଦଙ୍କୁ ୨୦୨୦ରେ ବିବାହ କରିଥିଲେ ବଲିଉଡ ଅଭିନେତ୍ରୀ ସନା ଖାନ। ବିବାହ ପରେ ଜୁଲାଇ ୨୦୨୩ରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସନା ନିଜେ ଇନଷ୍ଟାଗ୍ରାମରେ ଏହି ଖୁସି ଖବର ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ। ସନାଙ୍କ ଇନଷ୍ଟା ପୋଷ୍ଟ ଦେଖିବା ପରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଥିଲା। ଏବେ ପୁଣି ଥରେ ଇନଷ୍ଟାରେ ସେ ୩ରୁ ୪ହେବାକୁ ଯାଉଥିବା ଘୋଷଣା କରିଛନ୍ତି। ଅର୍ଥାତ୍ ସେ ଦ୍ବିତୀୟ ଥର ଗର୍ଭବତୀ ଥିବା ନେଇ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି।

ଇନଷ୍ଟାରେ ସେ ଏକ ଭିଡିଓ‌ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କ ପରିବାର ୩ରୁ ୪ହେବାକୁ ଯାଉଛି ଏବଂ ତାଙ୍କ ପୁଅ ସୟଦ ତାରିକ୍ ଜମିଲ ବଡ଼ ଭାଇ ହେବାକୁ ଉତ୍ସାହିତ ଥିବା ଜଣାଇଛନ୍ତି ସନା।

ତେବେ ୨୦୨୦ରେ ସନା ଅଭିନୟରୁ ବିଦାୟ ନେଇଥିଲେ। ନିଜ ଇନଷ୍ଟାଗ୍ରାମରେ ସନା ଲେଖିଥିଲେ, ଭାଇ ଓ ଭଉଣୀମାନେ … ଆଜି ମୁଁ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆପଣଙ୍କ ସହ କଥାବାର୍ତ୍ତା କରୁଛି। ମୁଁ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜୀବନ ଅତିବାହିତ କରିଆସୁଛି ଏବଂ ଏହି ସମୟରେ ମୋର ପ୍ରିୟଜନଙ୍କ ତରଫରୁ ମୋତେ ଖ୍ୟାତି, ସମ୍ମାନ ଏବଂ ଧନ ପ୍ରାପ୍ତ ହୋଇଛି, ଯେଉଁଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି | କିନ୍ତୁ, ଗତ କିଛି ଦିନ ହେବ, ଏକ ଚିନ୍ତା ମୋତେ ବ୍ୟସ୍ତ କରୁଛି | ମୁଁ ଭାବୁଥିଲି, ଜଣେ କେବଳ ନିଜ ପାଇଁ ଧନ ଏବଂ ଖ୍ୟାତି ଅର୍ଜନ କରିବା ପାଇଁ ଜନ୍ମ ନେଇଥାଏ କି? ଅସହାୟ କିମ୍ବା ଅଭାବୀ ଲୋକମାନଙ୍କୁ ସେବା କରିବା କିମ୍ବା ସମର୍ଥନ କରିବା ଏକ ନୈତିକ ଦାୟିତ୍ ନୁହେଁ କି? କୌଣସି ମୂହୂର୍ତ୍ତରେ ମୃତ୍ୟୁ ଆସିପାରେ ଏବଂ ମୃତ୍ୟୁ ପରେ ଆମ କ’ଣ ହେବ, ଏ ବିଷୟରେ ମଣିଷ ଭାବିବା ଉଚିତ୍ ନୁହେଁ କି? ମୃତ୍ୟୁ ପରେ ମୋର କ’ଣ ହେବ? ଏହି ପ୍ରଶ୍ନର ଉତ୍ତର ମୁଁ ଅନେକ ବର୍ଷ ହେଲାଣି ଖୋଜୁଛି ବୋଲି ଲେଖିଥିଲେ ସନା।

ଶେଷରେ ସେ ଲେଖିଥିଲେ ଯେ, “ମୁଁ ଆଜି ଘୋଷଣା କରୁଛି ଯେ ଆଜିଠାରୁ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସବୁଦିନ ପାଇଁ ବିଦାୟ ନେଇ ମାନବିକତାର ସେବା କରିବା ଏବଂ ମୋର ସୃଷ୍ଟିକର୍ତ୍ତାଙ୍କ ଆଦେଶ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ଅନୁରୋଧ ଯେ, ଆପଣମାନେ ମୋ ପାଇଁ ଆଲ୍ଲାଙ୍କ ଆଗରେ ପ୍ରାର୍ଥନ କରନ୍ତୁ। ଶେଷରେ ମୁଁ ଏହା ଚାହୁଁଛି ଯେ, ଏବେଠାରୁ କୌଣସି ଅଭିନୟ ପାଇଁ ମୋତେ ପ୍ରସ୍ତାବ ନଦିଆଯାଉ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe