ବିବାହ ବନ୍ଧନରେ ବାନ୍ଧି ହେଲେ 'ସନମ ତେରୀ କସମ'ର ଅଭିନେତ୍ରୀ ମାୱରା

Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ "ଆହିସ୍ତା ଆହିସ୍ତା" ଏବଂ ହିନ୍ଦୀ ସିନେମା "ସନମ୍ ତେରି କସମ୍" ପାଇଁ ଜଣାଶୁଣା ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନ୍। ଲାହୋରରେ ସେ ଅଭିନେତା ଅମୀର ଗିଲାନିଙ୍କ ସହ ବିବାହ କରିଥିବା ଘୋଷଣା କରିଛନ୍ତି।

ବିବାହ ବନ୍ଧନରେ ବାନ୍ଧି ହେଲେ "ଆହିସ୍ତା ଆହିସ୍ତା" ଏବଂ ହିନ୍ଦୀ ସିନେମା "ସନମ୍ ତେରି କସମ୍" ପାଇଁ ଜଣାଶୁଣା ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକାନ୍। ଲାହୋରରେ ସେ ଅଭିନେତା ଅମୀର ଗିଲାନିଙ୍କ ସହ ବିବାହ କରିଥିବା ଘୋଷଣା କରିଛନ୍ତି।

tbababab

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ "ଆହିସ୍ତା ଆହିସ୍ତା" ଏବଂ ହିନ୍ଦୀ ସିନେମା "ସନମ୍ ତେରି କସମ୍" ପାଇଁ ଜଣାଶୁଣା ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ମାୱରା ହୋକେନ୍। ଲାହୋରରେ ସେ ଅଭିନେତା ଅମୀର ଗିଲାନିଙ୍କ ସହ ବିବାହ କରିଥିବା ଘୋଷଣା କରିଛନ୍ତି।

୩୨ବର୍ଷୀୟ ଅଭିନେତ୍ରୀ, ୨୮ ବର୍ଷୀୟ ଅମୀରଙ୍କୁ ବୁଧବାର ଦିନ ବିବାହ କରିଥିଲେ ବୋଲି ଜଣାପଡ଼ିଛି। ଲାହୋର ଦୁର୍ଗରେ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ଦୁହେଁ ବିବାହ କରିଥିଲେ ବୋଲି ସାମ୍ନାକୁ ଆସିଛି। ଅଭିନେତ୍ରୀ ତାଙ୍କ ବିବାହର କିଛି ଫଟୋ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରିବା ପରେ ଏବେ ଏହା ଭାଇରାଲ ହେଉଛି। 

ଫଟୋ ସେୟାର କରି ‌ମାୱରା କ୍ୟାପସନରେ ଲେଖିଛନ୍ତି ଯେ, "କୋଳାହଳ ମଝିରେ... ମୁଁ ତୁମକୁ ପାଇଲି। ବିସମିଲ୍ଲାହ ୫.୨.୨୫ #ମାୱରାଅମୀରହୋଗାୟୀ" ।

ଏହି ଦମ୍ପତି ୨୦୨୦ମସିହାରେ ସେମାନଙ୍କର ସୋ "ସାବତ"ର ସୁଟିଂ ସମୟରେ ପରସ୍ପରକୁ ଭେଟିଥିଲେ ଏବଂ ଡେଟିଂ କରିବା ଆରମ୍ଭ କରିଥିଲେ। ୨୦୨୩ରେ ମଧ୍ୟ ଧାରାବାହିକ "ନିମ" ରେ ଦୁହେଁ ଏକାଠି ଅଭିନୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe