ସଙ୍ଗୀତାଙ୍କ ଫାର୍ମ ହାଉସରୁ ଚୋରି, ଟିଭି, ଫ୍ରିଜ୍, ଖଟ...ସବୁ ନେଇଗଲେ

New Project (5)

ମୁମ୍ବାଇ: ସବୁ ଖୋଳ କରିଦେଲେ ଚୋର। ବଲିଉଡ ଅଭିନେତ୍ରୀଙ୍କ ଫାର୍ମ ହାଉସରେ ବୁଲିଲା କଳାକନା। ନା ଟିଭି ରଖିଲେ...ନା ଫ୍ରିଜ୍। ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ତଥା ଅଭିନେତ୍ରୀ ସଙ୍ଗୀତା ବିଜଲାନିଙ୍କ ଫାର୍ମ ହାଉସରୁ ସବୁ ଚୋରି କରିନେଲେ ଚୋର। ଅଭିନେତ୍ରୀ ଜଣକ ପୁଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ଚୋରମାନେ ତାଙ୍କ ଫାର୍ମ ହାଉସକୁ ବହୁତ କ୍ଷତି ପହଞ୍ଚାଇଛନ୍ତି ଏବଂ ଅନେକ ମୂଲ୍ୟବାନ ଜିନିଷ ଚୋରି କରି ନେଇଛନ୍ତି। ସଙ୍ଗୀତା ବିଜଲାନି ଚାରି ମାସ ପରେ ପବନା ଡ୍ୟାମ୍ ନିକଟସ୍ଥ ତିକୋନା ଗାଁରେ ଥିବା ଫାର୍ମ ହାଉସକୁ ଯାଇଥିଲେ। ସେଠାକୁ ଯିବା ପରେ ଚୋରି ହୋଇଥିବା ବିଷୟରେ ସେ ଜାଣିବାକୁ ପାଇଲେ।

ପୁଣେ ଜିଲ୍ଲାର ମାବଲରେ ଥିବା ଅଭିନେତ୍ରୀ ସଙ୍ଗୀତା ବିଜଲାନିଙ୍କ ଫାର୍ମହାଉସରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ଅଭିନେତ୍ରୀ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ମୁଖ୍ୟ ଫାଟକ ଏବଂ ଝରକା ଗ୍ରୀଲ ଭଙ୍ଗାଯିବା ସହ ଟେଲିଭିଜନ ସେଟ୍ ଚୋରି ହୋଇଛି। ବିଛଣା, ରେଫ୍ରିଜରେଟର ଏବଂ ସିସି ଟିଭି କ୍ୟାମେରା ସମେତ ଅନେକ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି। ବାପାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଫାର୍ମହାଉସକୁ ଯାଇପାରି ନଥିଲେ। ଏହାର ଫାଇଦା ଉଠାଇ ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe