Advertisment

ସୋଏବ ମଲ୍ଲିକଙ୍କ ତୃତୀୟ ବିବାହ ପରେ ପ୍ରତିକ୍ରିୟା ରଖିଲେ ଦ୍ବିତୀୟ ପତ୍ନୀ ସାନିଆ ମିର୍ଜାଙ୍କ ବାପା

Advertisment
ସୋଏବ ମଲ୍ଲିକଙ୍କ ତୃତୀୟ ବିବାହ ପରେ ପ୍ରତିକ୍ରିୟା ରଖିଲେ ଦ୍ବିତୀୟ ପତ୍ନୀ ସାନିଆ ମିର୍ଜାଙ୍କ ବାପା

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ବୈବାହିକ ଜୀବନ ଶେଷରେ ଭିନ୍ନ ମୋଡ଼ ନେଇଛି। କାରଣ ଦ୍ବିତୀୟ ବିବାହ କରି ସାରିଛନ୍ତି ସାନିଆଙ୍କ ସ୍ବାମୀ ସୋଏବ। ସେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଓ ଏକ ସମାରୋହରେ ଦୁହେଁ ବିବାହ କରିଛନ୍ତି। ସୋଏବ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ବାହାଘରର ଫଟୋ ସେୟାର୍‌ କରିଛନ୍ତି।

ତେବେ ଏବେ ପ୍ରଶ୍ନ ଉଠୁଛି କି ସୋଏବ ସାନିଆଙ୍କୁ ତଲାକ୍‌ ଦେଇଛନ୍ତି କି? ନା ଯେପରି ପ୍ରଥମ ପତ୍ନୀଙ୍କୁ ତଲାକ୍‌ ନଦେଇ ସାନିଆଙ୍କୁ ବିବାହ କରିଥିଲେ ସେପରି ସାନିଆଙ୍କୁ ବିନା ତଲାକ୍‌ରେ ତୃତୀୟ ବିବାହ କରିଛନ୍ତି? ଏ ନେଇ ସାନିଆଙ୍କ ବାପା ଗଣମାଧ୍ୟମରେ ତାଙ୍କର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ତଲାକ୍‌ ହୋଇନାହିଁ, କିନ୍ତୁ ‘ଖୁଲା’ ହୋଇଛି। ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ତଲାକ୍‌ ଓ ଖୁଲା ମଧ୍ୟରେ ଏକ ଛୋଟ ପାର୍ଥକ୍ୟ ରହିଛି।

ଯେତେବେଳେ ପୁଅ ଝିଅକୁ ଛାଡ଼ିବାକୁ ଚାହେଁ ତ ସେତେବେଳେ ତଲାକ୍‌ ହୁଏ। ଆଉ ଯେତେବେଳେ ଝିଅ ତା’ ଆଡୁ ପୁଅକୁ ଛାଡ଼େ ତ ତାହାକୁ ଖୁଲା କୁହାଯାଏ। ତାହାଲେ ଏଥିରୁ ସ୍ପଷ୍ଟ ଯେ ସାନିଆ ନିଜ ଆଡୁ ସ୍ବାମୀ ସୋଏବଙ୍କୁ ପାରିତ୍ୟାଗ କରିଛନ୍ତି।

ସୋଏବ ଯେଉଁ ସନାଙ୍କୁ ବିବାହ କରିଛନ୍ତି ସେ ମଧ୍ୟ ପୂର୍ବରୁ ବିବାହିତା ଥିଲେ। ତାଙ୍କ ସ୍ବାମୀଙ୍କ ସହ ସଂପର୍କରେ ଫାଟ ଦେଖାଦେବା ପରେ ସେ ସ୍ବାମୀଙ୍କୁ ତିନ୍‌ ତଲାକ ଦେଇଥି‌ଲେ ଓ ଏବେ ସୋଏବଙ୍କୁ ବିବାହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe