ବିଜ୍ଞାପନକୁ ନେଇ ବିବାଦରେ ସଞ୍ଜନା ସାଙ୍ଘି

Advertisment
ବିଜ୍ଞାପନକୁ ନେଇ ବିବାଦରେ ସଞ୍ଜନା ସାଙ୍ଘି

Hindustan Times

‘ଦିଲ୍‌ ବେଚାରା’ର ଅଭିନେତ୍ରୀ ସଞ୍ଜନା ସାଙ୍ଘିଙ୍କର ଏକ ବିଜ୍ଞାପନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଅଭିନେତ୍ରୀ ପୂଜା ବେଦୀ ବିଜ୍ଞାପନକୁ ନେଇ ସଞ୍ଜନାକୁ ଟାର୍ଗେଟ୍ କରିଛନ୍ତି। ନିକଟରେ ସଞ୍ଜନା ଓଟିଟି ପ୍ଲାଟଫର୍ମକୁ ପ୍ରାଧ୍ୟାନ ଦେଉଥିବା ଏକ ବିଜ୍ଞାପନରେ ନଜର ଆସିଥିଲେ। ଏହି ବିଜ୍ଞାପନକୁ ପୁରୁଷବିରୋଧୀ, ହିଂସାତ୍ମକ ଓ ଘରୋଇ ହିଂସା ପ୍ରୋତ୍ସାହକ କହି ତାଙ୍କର ଖୋଲାଖୋଲି ସମାଲୋଚନା କରାଯାଇଥିଲା। ୨ ଡିସେମ୍ୱରରେ ଏହି ବିଜ୍ଞାପନକୁ ସଞ୍ଜନା ସେୟାର କରିଥିଲେ।

ବିଜ୍ଞାପନରେ ଦେଖିବାକୁ ମିଳିଛି, ସଞ୍ଜନା ତାଙ୍କ କୋ-ଷ୍ଟାରଙ୍କ ସହ ବସି ଏହା ଆଲୋଚନା କରୁଛନ୍ତି କି ତାଙ୍କୁ କେଉଁ ସୋ’ ଦେଖିବାର ଅଛି। ଉଭୟ କୌଣସି ଶେଷ ସିଦ୍ଧାନ୍ତରେ ପହଞ୍ଚି ପାରୁନଥିବା ବେଳେ ସଞ୍ଜନା ସାଥୀ କଳାକାରଙ୍କୁ ଚାପୁଡ଼ା ମାରୁଛନ୍ତି। ଏଭଳି ଭିଡିଓକୁ ନେଇ ଅନେକ ବିରକ୍ତି ପ୍ରକାଶ କରିଛନ୍ତି। ବିଜ୍ଞାପନରେ ସଞ୍ଜନା ନିଜର ପୁରୁଷ କୋ-ଷ୍ଟାରଙ୍କୁ ୮ଟି ଚାପୁଡ଼ା ମାରୁଛନ୍ତି, ଫଳରେ ସେ ସ୍ଥିର କରିପାରିବେ କେଉଁ ସୋ’ ଦେଖିବାର ଅଛି। ସଞ୍ଜନାଙ୍କର ବିଜ୍ଞାପନକୁ ଭୟାନକ କହି ପୂଜା ବେଦୀ ସମାଲୋଚନା କରିଛନ୍ତି। ସେ ଟ୍ବିଟ୍‌ କରିଛନ୍ତି, ବିଜ୍ଞାପନକୁ ଦେଖିବା ଖୁବ୍‌ ଭୟଙ୍କର। ପୁରୁଷଙ୍କ ପ୍ରତି ଘରୋଇ ହିଂସା ଗ୍ରହଣୀୟ ନୁହେଁ। ଯଦି ଏହି ବିଜ୍ଞାପନରେ ପୁରୁଷଟିଏ ମହିଳାଙ୍କୁ ଚାପୁଡ଼ା ମାରିବାର ଦେଖାଇଥା’ନ୍ତା, ତେବେ କ’ଣ ହୋଇଥା’ନ୍ତା? ବିଜ୍ଞାପନ ବୋର୍ଡକୁ ଏହାକୁ ଅନୁମତି ଦେବାର ନଥିଲା ବୋଲି ପୂଜା ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe