ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଥିବା ସଞ୍ଜୟ ଦତ୍ତ କେତେ ସମ୍ପତ୍ତିର ମାଲିକ ଜାଣନ୍ତୁ

Advertisment

କଟରେ ସଞ୍ଜୟଙ୍କ ସମ୍ପତ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି, ଏହି ରିପୋର୍ଟରେ ସଞ୍ଜୟ ୨୯୫ କୋଟିର ମାଲିକ ଥିବା ଜଣାପଡ଼ିଛି। ଅଭିନେତା ଗୋଟିଏ ସିନେମା ପାଇଁ ୮ରୁ ୧୫କୋଟି ଟଙ୍କା ନେଇଥାଆନ୍ତି।

କଟରେ ସଞ୍ଜୟଙ୍କ ସମ୍ପତ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି, ଏହି ରିପୋର୍ଟରେ ସଞ୍ଜୟ ୨୯୫ କୋଟିର ମାଲିକ ଥିବା ଜଣାପଡ଼ିଛି। ଅଭିନେତା ଗୋଟିଏ ସିନେମା ପାଇଁ ୮ରୁ ୧୫କୋଟି ଟଙ୍କା ନେଇଥାଆନ୍ତି।

New Project (29)

ନୂଆଦିଲ୍ଲୀ: ଅଭିନେତା ସଞ୍ଜୟ ଦତ୍ତଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଅଭିନେତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଆସିଛି। ସଞ୍ଜୁ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଛନ୍ତି।

ସଞ୍ଜୟ ଦତ୍ତଙ୍କ ଉପରେ ଏକ ସିନେମା ମଧ୍ୟ ନିର୍ମାଣ କରାଯାଇଛି। ଯାହାର ଶୀର୍ଷକ ରହିଛି 'ସଞ୍ଜୁ'। ଏହି ସିନେମାରେ ଦର୍ଶାଯାଇଥିଲା ଯେ ବିଦେଶରେ ଅଭିନେତାଙ୍କୁ ନିଶାଦ୍ରବ୍ୟର ପ୍ରଭାବରେ ଭିକ୍ଷା ମାଗିବାକୁ ବାଧ୍ୟ କରାଯାଇଥିଲା। ସଞ୍ଜୟ ଦତ୍ତଙ୍କ ଜୀବନର ସବୁଠାରୁ କଷ୍ଟକର ସମୟ ଥିଲା ଯେତେବେଳେ ତାଙ୍କୁ ଜେଲ ଯିବାକୁ ପଡିଥିଲା।

୧୯୯୩ରେ ମୁମ୍ବାଇ ବୋମା ବିସ୍ଫୋରଣ ପରେ ଅବୈଧ ଅସ୍ତ୍ରଶସ୍ତ୍ର ରଖିବାର ଅଭିଯୋଗରେ ସଞ୍ଜୁଙ୍କୁ ଜେଲ ହୋଇଯାଇଥିଲା। ସଞ୍ଜୟ ଦତ୍ତ ୫ ବର୍ଷ ପାଇଁ ଜେଲରେ ରହିଥିଲେ। କିନ୍ତୁ ଭଲ ଆଚରଣ ଯୋଗୁଁ, ତାଙ୍କୁ ଦଣ୍ଡ ପୂରଣ ହେବାର ୮ ମାସ ପୂର୍ବରୁ ମୁକ୍ତ କରାଯାଇଥିଲା।

ନିକଟରେ ସଞ୍ଜୟଙ୍କ ସମ୍ପତ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି, ଏହି ରିପୋର୍ଟରେ ସଞ୍ଜୟ ୨୯୫ କୋଟିର ମାଲିକ ଥିବା ଜଣାପଡ଼ିଛି। ଅଭିନେତା ଗୋଟିଏ ସିନେମା ପାଇଁ ୮ରୁ ୧୫କୋଟି ଟଙ୍କା ନେଇଥାଆନ୍ତି। 

କେବଳ ଏତିକି ନୁହେଁ ତାଙ୍କର ଅନେକ ବ୍ୟବସାୟ ଥିବା ସହିତ ସେ ଦୁଇଟି ପ୍ରଡକ୍ସନ ହାଉସ୍ ମଧ୍ୟ ଚଳାନ୍ତି।  ଏହା ବ୍ୟତୀତ, ସଞ୍ଜୟ ଦତ୍ତ ଯେଉଁ ଘରେ ରୁହନ୍ତି ତାହାର ମୂଲ୍ୟ ୪୦ କୋଟି ଟଙ୍କା ରହିଛି। ତାଙ୍କର ଦୁବାଇରେ ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ଅଛି, ଯେଉଁଠାରେ ତାଙ୍କ ପିଲାମାନେ ପାଠପଢ଼ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe