୬୦ବର୍ଷ ବୟସରେ ଏହି ୩୧ବର୍ଷୀୟା ଅଭିନେତ୍ରୀଙ୍କୁ ନିଜର ପ୍ରେମିକା ବନାଇବାକୁ ଚାହୁଁଛନ୍ତି ସଞ୍ଜୟ ଦତ୍ତ

Advertisment
୬୦ବର୍ଷ ବୟସରେ ଏହି ୩୧ବର୍ଷୀୟା ଅଭିନେତ୍ରୀଙ୍କୁ ନିଜର ପ୍ରେମିକା ବନାଇବାକୁ ଚାହୁଁଛନ୍ତି ସଞ୍ଜୟ ଦତ୍ତ

DNA India

ମୁମ୍ବାଇ: କିଛି ମାସ ତଳେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନିକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ 'ସଞ୍ଜୁ' ରିଲିଜ୍ ହୋଇଥିଲା। ଏହି ଫିଲ୍ମ ଜରିଆରେ ସଞ୍ଜୟ ଦତ୍ତଙ୍କ ଅନେକ ବ୍ୟକ୍ତିଗତ କଥା ସାମ୍ନାକୁ ଆସିଥିଲା। ଖାସ୍ କରି ତାଙ୍କ ପ୍ରେମିକାଙ୍କ ସଂଖ୍ୟାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଏବେ ସେ ବିବାହ କରି ନିଜ ପତ୍ନୀ ଓ ପିଲାଙ୍କ ସହ ରହୁଥିଲେ ମଧ୍ୟ ପୁଣି ଜଣେ ଅଭିନେତ୍ରୀଙ୍କୁ ନିଜର ପ୍ରେମିକା ବନାଇବାକୁ ଚାହୁଁଥିବା ବିଷୟରେ ଜଣାଇଛନ୍ତି।

Image result for sanjay-dutt kriti sanon Bollywood Life

ଫିଲ୍ମ ପାନିପତ ଡିସେମ୍ବର ୬ରେ ରିଲିଜ୍ ହେବାକୁ ଥିବା ବେଳେ ପ୍ରମୋସନ ପାଇଁ କପିଲ ଶର୍ମାଙ୍କ କମେଡି ସୋ’ରେ ପହଞ୍ଚିଥିଲା ପୂରା ଟିମ୍। ଅଭିନେତ୍ରୀ କ୍ରୀତି ସନୋନଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ ସୋ’କୁ ଫିଲ୍ମର ପ୍ରମୋସନ ପାଇଁ ପହଞ୍ଚିଥିଲେ। ସୋ’ରେ କପିଲ ସଞ୍ଜୟ ଦତ୍ତଙ୍କୁ ତାଙ୍କର ୩୦୮ଜଣ ପ୍ରେମିକାଙ୍କ ବିଷୟରେ ପଚାରିଥିଲେ। ଏହାର ଉତ୍ତର ରଖି ସଞ୍ଜୟ କହିଥିଲେ କି, ୩୦୮ ନୁହନ୍ତି, ଏବେ ବି ମୁଁ ପ୍ରେମିକା ବନାଇବା ଛାଡ଼ି ନାହିଁ। ଏବେ ବି ନମ୍ବର ବଢ଼ି ପାରେ ବୋଲି କହିଥିଲେ। ଏହା ପରେ କ୍ରୀତିଙ୍କ ଆଡ଼କୁ ଦେଖି ମୁଁ କ୍ରୀତିଙ୍କ ପ୍ରତି ବେଶ୍ ପ୍ରଭାବିତ। ସେ ମୋର ୩୦୯ ନମ୍ବର ପ୍ରେମିକା ବନି ପାରନ୍ତି ବୋଲି କହିଥିଲେ। ଯାହା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ହସାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe