ମୁମ୍ବାଇ ଆସିବା ପରେ ଏହି ଅଭିନେତା ସାଜିଥିଲେ କିଙ୍ଗ୍‌ ଖାନ୍‌ଙ୍କ ପ୍ରଥମ ବନ୍ଧୁ

Advertisment
ମୁମ୍ବାଇ ଆସିବା ପରେ ଏହି ଅଭିନେତା ସାଜିଥିଲେ କିଙ୍ଗ୍‌ ଖାନ୍‌ଙ୍କ ପ୍ରଥମ ବନ୍ଧୁ

www.google.com

ମୁମ୍ବାଇ: ‘ପଠାନ୍‌’ ଫିଲ୍ମର ଜବରଦସ୍ତ ସଫଳତା ପରେ ସୁରପ୍‌ଷ୍ଟାର୍‌ ଶାହାରୁଖଙ୍କ ପ୍ରଶଂସକ ଢେର୍‌ ଅଧିକ ବଢ଼ିଯାଇଛନ୍ତି। ଏବେ ସମସ୍ତଙ୍କ ମୁହଁରେ ଖାଲି କିଙ୍ଗ୍‌ ଖାନ୍‌ଙ୍କ ପ୍ରଶଂସା। ସୋସିଆଲ୍‌ ମିଡିଆରେ ଏବେ ଖାଲି କିଙ୍ଗ୍‌ ଖାନ୍‌ଙ୍କ ଫଟୋ ଓ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଅଲାନା ପାଣ୍ଡେଙ୍କ ବିବାହରେ ପତ୍ନୀ ଗୌରୀ ଖାନ୍‌ଙ୍କ ସହ ଦେଖିବାକୁ ମିଳିଥିଲେ ଶାହାରୁଖ୍‌। ସେଠାରେ ସେ ପତ୍ନୀଙ୍କ ସହ ନୃତ୍ୟ କରୁଥିବାର ଏକ ଭିଡିଓ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଥିଲା।

ଏବେ ଶାହାରୁଖ୍‌ଙ୍କର ଅନ୍ୟ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କର ପ୍ରଶଂସା କରୁଥିବାର ଶୁଣିବାକୁ ମିଳୁଛି। ସେ ତାଙ୍କ ଜୀବନ ସହ ଯୋଡ଼ା କିଛି ଗୁରୁତ୍ବପୂର୍ଣ୍ଣ କଥାକୁ ଏହି ଭିଡିଓରେ କହୁଥିବାର ଶୁଣିବାକୁ ମିଳିଛନ୍ତି। ଅବଶ୍ୟ ଭିଡିଓଟି ବହୁତ ପୁରୁଣା। ହେଲେ ବର୍ତ୍ତମାନ ଶାହାରୁଖ୍‌ ଚର୍ଚ୍ଚାରେ ରହୁଥିବା କାରଣରୁ ଏହା ଏବେ ଭାଇରାଲ୍‌ ହେଉଛି।

ସେ କହୁଛନ୍ତି, ‘ମୁଁ ଯେବେ ମୁମ୍ବାଇ ନୂଆ ନୂଆ ଆସିଥିଲି। ମୋର କେହି ବି ବନ୍ଧୁ ନଥିଲେ। ମୋର କାହା ସହ ଯଦି ଝଗଡ଼ା ହୋଇ ଯାଇଥଲା ତେବେ ସେ ସମୟରେ ଯଦି କିଏ ମୋ ପାଖରେ ଆସି ଛିଡ଼ା ହୋଇଥିଲେ ତ ସିଏ ହେଉଛନ୍ତି ସଞ୍ଜୟ ଦତ୍ତ। ସେ ମୋ ବଡ଼ ଭାଇ ପରି।’ ଭିଡିଓରେ ସଞ୍ଜୟ ଦତ୍ତ ବି ନଜର ଆସିଛନ୍ତି। ଶାହାରୁଖ୍‌ଙ୍କ କଥା ଶୁଣି ସେ ମୁରୁକି ହସ ମାରୁଛନ୍ତି। ଏହାକୁ ଆପଣ ମଧ୍ୟ ଭିଡିଓରେ ଦେଖି ପାରୁଥିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe