ଦୀପିକାଙ୍କର ଏହି ଇଚ୍ଛା ପୂରା କରିବାକୁ ଯାଉଛନ୍ତି ଭଂସାଲି

Advertisment
ଦୀପିକାଙ୍କର ଏହି ଇଚ୍ଛା ପୂରା କରିବାକୁ ଯାଉଛନ୍ତି ଭଂସାଲି

ମୁମ୍ବାଇ: ଯଦି ସବୁକିଛି ଯୋଜନା ମୁତାବକ ହୋଇପାରିଥାନ୍ତା ତେବେ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ‘ଓମ୍‌ ଶାନ୍ତି ଓମ୍‌’ରେ ଶାହାରୁଖଙ୍କ ପରିବର୍ତ୍ତେ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିଥାନ୍ତେ। ମାତ୍ର ସେପରି ହୋଇନଥିଲା, କିଙ୍ଗ୍‌ଖାନଙ୍କ ସହ ଅଭିନୟ କରି ଦୀପିକା ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ।

ତେବେ ଦୀପିକା ଅନେକ ଥର ପୂର୍ବରୁ କହି ସାରିଛନ୍ତି ଯେ ଦବଙ୍ଗବୟ ସଲମାନଙ୍କ ସହ କାମ କରିବା ପାଇଁ ତାଙ୍କ ଭିତରେ ସ୍ୱତନ୍ତ୍ର ଉତ୍ସୁକତା ରହିଛି। ସଲମାନଙ୍କ ସହ କାମ କରିବା ତାଙ୍କ ସ୍ୱପ୍ନ ବୋଲି ବି ସେ ଅନେକ ସମୟରେ କହି ସାରିଛନ୍ତି।

ଦୀପିକାଙ୍କର ଏହି ସ୍ୱପ୍ନ ଏବେ ପୂରା ହେବାକୁ ଯାଉଛି। ସଲମାନଙ୍କ ସହ କାମ କରିବା ପାଇଁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି ତାଙ୍କୁ ଏକ ସୁଯୋଗ ଦେବାକୁ ଯାଉଛନ୍ତି। ସୂଚନା ରହିଛି ଯେ ଭଂସାଲି ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ନାୟକ ଭାବେ ସଲମାନ ଓ ଶାହାରୁଖଙ୍କୁ ନେବା ପାଇଁ ସ୍ଥିର କରିଥିବା ବେଳେ ନାୟିକା ଭାବେ ଦୀପିକାଙ୍କୁ ମନସ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ସଲମାନଙ୍କ ପ୍ରେମିକା କ୍ୟାଟ୍ରିନ୍‌ କୈଫ୍‌ଙ୍କ ସହ ଦୀପିକାଙ୍କର ମନମାଳିନ୍ୟ ଥିବା ହେତୁ ସଲମାନ ଅନେକ ସମୟରେ ଦୀପିକାଙ୍କ ସହ କାମ କରିବାକୁ ମନା କରି ଦେଇଥିଲେ ବୋଲି କଥା ଉଠିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe