ଥରେ ମା’ ନଗର୍ଗିସଙ୍କ ମୁହଁରୁ ବାହାରି ଆସିଥିଲା- ସଞ୍ଜୟ ‌ସମଲିଙ୍ଗୀ ହୋଇ ନଥାଉ

Advertisment
ଥରେ ମା’ ନଗର୍ଗିସଙ୍କ ମୁହଁରୁ ବାହାରି ଆସିଥିଲା- ସଞ୍ଜୟ ‌ସମଲିଙ୍ଗୀ ହୋଇ ନଥାଉ

Hindustan Times

ମୁମ୍ବାଇ:  ନିଜର ୩ ପିଲାଙ୍କ ଲାଳନପାଳନ ପାଇଁ ସ‌େତେବେଳର ଚର୍ଚ୍ଚିତ ଅଭିନେତ୍ରୀ ନର୍ଗିସ୍‌ ଦତ୍ତ ଚଳଚ୍ଚିତ୍ର ଜଗତରୁ ବିଦାୟ ନେଇଥିଲେ। ପିଲାମାନଙ୍କ ମଧ୍ୟରୁ ବଡ଼ପୁଅ ସଂଜୟ ତାଙ୍କର ଭାରି ଗେହ୍ଲା ଥିଲେ। ମାତ୍ର ୨୨ବର୍ଷ ବୟସରେ ସଂଜୟଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ‘ରକି’ ମୁକ୍ତିଲାଭ କରିବାର ୩ ଦିନ ପୂର୍ବରୁ ସେ ଆରପାରିକୁ ଚାଲି ଯାଇଥିଲେ। ବଡ଼ ପରଦାରେ ପୁଅକୁ ଦେଖିବାର ତାଙ୍କର ଇଚ୍ଛା, ଇଚ୍ଛାରେ ହିଁ ରହିଗଲା। ତେବେ ସଂଜୟଙ୍କ କାର୍ଯ୍ୟକଳାପ ଯୋଗୁଁ ନର୍ଗିସ୍‌ ବେଳେବେଳେ ବହୁତ ଦୁଃଖୀ ରହୁଥିଲେ। ଭଉଣୀ ପ୍ରିୟା ଦତ୍ତ ସଂଜୟଙ୍କ ଜୀବନୀରେ ଏକଥା ଉଲ୍ଲେଖ କରିଛନ୍ତି।

ପ୍ରିୟାଙ୍କ କହିବାନୁଯାୟୀ, ବେଳେବେଳେ ମା’ ଏତେ ରାଗି ଯାଉଥିଲେ ଯେ ସେ ସଂଜୟଙ୍କୁ ଗଧ ବୋଲି ଡାକୁଥିଲେ। ତେବେ ମଜାଳିଆ କଥା ହେଲା, ସାଙ୍ଗମାନଙ୍କ ସହ ଭାଇ ଗୋଟିଏ ଘର ଭିତରେ ଘଣ୍ଟା ଘଣ୍ଟା ବିତାଉଥିବାରୁ ମା’ଙ୍କର ଚିନ୍ତା ବଢ଼ି ଯାଇଥିଲା। ଏପରିକି ତାଙ୍କ ମୁହଁରୁ ଥରେ ବାହାରି ଆସିଥିଲା ଯେ ସଂଜୟ ସମଲିଙ୍ଗୀ ହୋଇ ନଥାଉ। ଭାଇ ଉପରେ ମା’ଙ୍କର ଅଗାଢ଼ ବିଶ୍ବାସ ଥିଲା। ଭାଇ ଯେ ଡ୍ରଗ୍ସ ସେବନ କରୁଛି, ତାହା ସେ ବିଶ୍ବାସ କରୁନଥିଲେ। ତେବେ ଯେତେ‌ବେଳେ କିଛି ଲୋକ ସଂଜୟଙ୍କ ଡ୍ରଗ୍ସ କାରବାର ସଂପର୍କରେ ମା’ଙ୍କୁ କହିଥିଲେ, ମା’ଙ୍କ ଉତ୍ତର ଥିଲା, ମୋ ପୁଅ ଡ୍ରିଙ୍କସ୍‌ କରେ ନାହିଁ କି କେ‌ବେ ଡ୍ରଗ୍ସ ମଧ୍ୟ ଛୁଇଁ ନାହିଁ ବୋଲି ପ୍ରିୟା ଉକ୍ତ ବହିରେ ଉଲ୍ଲେଖ କରିଛନ୍ତି। ସଞ୍ଜୟଙ୍କୁ ତାଙ୍କ ମା’ଙ୍କ ଶେଷ ବାର୍ତ୍ତା ନର୍ଗିସ୍‌ଙ୍କ ମୃତ୍ୟୁର ୨ ବର୍ଷ ପରେ ମିଳିଥିଲା। ଯାହା ଶୁଣିଲା ପରେ ସଞ୍ଜୟ ବହୁତ କାନ୍ଦିଥିଲେ। ତାଙ୍କ ମା’ କହିଥିଲେ, ସଞ୍ଜୁ ସବୁବେଳେ ବିନମ୍ର ରହିବୁ, କେବେ କାହାର ଖରାପ କରିବୁ ନାହିଁ। ନିଜଠୁ ବଡ଼ମାନଙ୍କର ସବୁବେଳେ ସମ୍ମାନ କରିବୁ। ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ତୁ ବହୁତ ଆଗକୁ ଯିବୁ। ଏହା ତତେ ଆଗକୁ ବଢ଼ିବାରେ ସହାୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe