photo--youtube.
ମୁମ୍ବାଇ: ବଲିଉଡର ପ୍ରଖ୍ୟାତ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ସଂଜୟ ଖାନ୍ ସେ ସମୟରେ ଖୁବ୍ ବ୍ୟସ୍ତ ଥିଲେ। ସେ କ୍ୟାରିଅରର ଟପରେ ଥିବା ବେଳେ ମଡେଲ ଜରୀନ୍ ଖାନ୍ଙ୍କୁ ବିବାହ କରିଥିଲେ । ଦୁହେଁ ବିବାହ କରିବା ଆଗରୁ କେତେକ ନିଷ୍ପତ୍ତି ନିଆ ଯାଇଥିଲା। ତାହା ଅନୁଯାୟୀ ଜରୀନ୍ ହାଉସଓ୍ଵାଇଫ୍ ହେବେ। ଜରୀନ୍ ସଂଜୟଙ୍କୁ ସ୍ୱାମୀ ରୂପେ ପାଇବା ଲାଗି ମଡେଲିଂ କ୍ୟାରିଅର୍ କୁ ଜଳାଂଜଳି ଦେଇଥିଲେ । ବିବାହ ପରେ ସଂଜୟ ଖାନ୍ କିନ୍ତୁ ଆଫେଆରରେ ଜଡିତ ହୋଇଥିବା ଚର୍ଚ୍ଚା ହୁଏ।
photo- -pakistantodayସେ ତାଙ୍କ ଅଭିନୀତ ଫିଲ୍ମ ‘ ଅବଦୁଲ୍ଲା’ର ନାୟିକା ଜୀନତ ଅମାନ୍ଙ୍କ ପ୍ରେମରେ ପଡ଼ିଥିଲେ । ସେ ଦୁହେଁ ଖୁଲମଖୁଲ୍ଲା ବୁଲିଥିଲେ ସେତେବେଳ । ଏଭଳି ମଧ୍ୟ କୁହାଯାଏ ଯେ ସଂଜୟ ଏବଂ ଜୀନତ୍ ଗୋପନରେ ବିବାହ କରିଥିଲେ । କିନ୍ତୁ ଏହିଭଳି ସଂପର୍କକୁ ନେଇ ଖୁସି ନ ଥିଲେ ଜୀନତ୍ । ସେ ଚାହୁଁଥିଲେ ଯେ ସଂଜୟ ତାଙ୍କୁ ବିଧିବଦ୍ଧଭାବେ ନିକାହ କରନ୍ତୁ। ହେଲେ ଜରୀନଙ୍କ କାନରେ ଏକଥା ପଡ଼ିବାପରେ ସେ ସଂଜୟଙ୍କୁ ତାଗିଦ୍ କରିଲେ। ଏପରିକି ପାରିବାରିକ ବନ୍ଧୁମାନେ ବି ସଂଜୟଙ୍କୁ ବାରଣ କଲେ। ଏହାପରେ ସଂଜୟ ଖାନ୍ ଜୀନତ ଅମନଙ୍କଠାରୁ ଦୂରେଇ ରହିଥିଲେ। ଏହାପରେ ଜୀନତ ଅମନ ସଂଜୟଙ୍କ ସାଥ୍ ଛାଡିଥିଲେ ।
Follow Us