ସଂଜୟ ଲୀଲା ଭଂସାଲୀଙ୍କୁ କାହିଁକି ଇର୍ଷା କରୁଛନ୍ତି ନିର୍ମାତା କରଣ ଜୋହର୍‌ !

ସଂଜୟ ଲୀଲା ଭଂସାଲୀଙ୍କୁ କାହିଁକି ଇର୍ଷା କରୁଛନ୍ତି ନିର୍ମାତା କରଣ ଜୋହର୍‌ !

Hindustan Times

ମୁମ୍ବାଇ : ଫିଲ୍ମମେକର୍‌ କରଣ ଜୋହର୍‌ କହିଛନ୍ତି ଯେ,ସେ କୁଆଡ଼େ ନିର୍ମାତା ତଥା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଇର୍ଷା କରୁଛନ୍ତି। ତେବେ ଆପଣମାନେ ହୁଏତ ଏଇଆ ଭାବୁଥିବେ କି ,ବୋଧହୁଏ ବଲିଉଡ଼୍‍ର ଏହି ଦୁଇ ଲୋକପ୍ରିୟ ନିର୍ମାତାଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ କଥାକଟାକଟି କିମ୍ବା ଝଗଡ଼ା ହୋଇଛି ବୋଲି? ନାଁ, ଏକଥା ବିଲ୍‌କୁଲ୍‌ ହେଲେ ବି ସତ ନୁହେଁ। ବରଂ ଏହାର ରହିଛି ଅନ୍ୟ ଏକ କାରଣ! ଆଉ ସେ କାରଣକୁ ନିଜେ ହିଁ ଖୁଲାସା କରିଛନ୍ତି ନିର୍ମାତା ତଥା ଫିଲ୍ମମେକର୍‌ କରଣ ଜୋହର୍‌। ସେ କହିଛନ୍ତି ଯେ ଭଂସାଲୀଙ୍କ ମଧ୍ୟରେ ଦୃଶ୍ୟସଜ୍ଜା ସାହାଯ୍ୟରେ ଫିଲ୍ମର ଦୃଶ୍ୟକୁ ଅନ୍ୟ ଏକ ସ୍ତରକୁ ନେବାରେ ଯେଉଁ ସବୁ ଅପୂର୍ବ କ୍ଷମତା ରହିଛି, ସେହି କ୍ଷମତାକୁ ଦେଖି ସେ ସଂଜୟଙ୍କ ଉପରେ ଇର୍ଷା କରୁଅନ୍ତି। ଏଥିସହିତ କରଣ ଏହା ମଧ୍ୟ କହିଛନ୍ତି ଯେ ଏହି ସବୁ ମାମଲାରେ ଭଂସାଲୀ ନମ୍ବର ଓ୍ଵାନ୍‌ ହୋଇଥିବାବେଳେ ତାଙ୍କ ଦ୍ୱାରା ପ୍ରସ୍ତୁତ ଆଗାମୀ ଫିଲ୍ମ‘ପଦ୍ମାବତୀ’କୁ ଦେଖିବାପାଇଁ ସେ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe