୧୭ ଦିନରେ ‘ସଞ୍ଜୁ’: ‘ପଦ୍ମାବତ୍‌’କୁ ପକାଇଲା ପଛରେ

୧୭ ଦିନରେ ‘ସଞ୍ଜୁ’: ‘ପଦ୍ମାବତ୍‌’କୁ ପକାଇଲା ପଛରେ

ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ସଞ୍ଜୁ’ ଏହା ମଧ୍ୟରେ ବଡ଼ ଧରଣର ସଫଳତା ହାତେଇ ସାରିଛି। ଇତି ମଧ୍ୟରେ ୧୭ ଦିନରେ ପହଞ୍ଚିଛି ‘ସଞ୍ଜୁ’। ଏହି ଚଳଚ୍ଚିତ୍ରଟି ‘ପଦ୍ମାବତ୍‌’ ଚଳଚ୍ଚିତ୍ରର ରେକର୍ଡ ଭଙ୍ଗ କରି ସାରିଲାଣି। ସବୁଠାରୁ ଅଧିକ ରୋଜଗାର କରିଥିବା ବଲିଉଡ୍‌ ଚଳଚ୍ଚିତ୍ର ମଧ୍ୟରୁ ଏହା ପଞ୍ଚମ ସ୍ଥାନରେ ଅଛି। ଏବେ ଆଶା କରାଯାଉଛି ଯେ ଏହା ସବୁଠାରୁ ଅଧିକ ରୋଜଗାର କରୁଥିବା ବଲିଉଡ୍‌ ଚଳଚ୍ଚିତ୍ରରେ ଏହା ଦ୍ୱିତୀୟ ସ୍ଥାନରେ ରହିପାରେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରଥମ ସ୍ଥାନରେ ରହିଛି ଆମୀର ଖାନଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’।

ସଞ୍ଜୟଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ସମୁଦାୟ ୩୦୨.୧୫ କୋଟି ରୋଜଗାର କରିଥିବା ବେଳେ ‘ସଞ୍ଜୁ’ ମାତ୍ର ୧୬ ଦିନରେ ରୋଜଗାର କରିଛି ୩୦୭.୩୫ କୋଟି ଟଙ୍କା। ଏବେ ଏହି ଚଳଚ୍ଚିତ୍ରର ପରବର୍ତ୍ତୀ ଟର୍ଗେଟ ହେଉଛି ‘ବଜରଙ୍ଗୀ ଭାଇଜାନ୍‌’। ବଜରଙ୍ଗୀ ଭାଇଜାନ୍‌ ସମୁଦାୟ ୩୨୦.୩୪ କୋଟି ବେପାର କରିଥିବା ବେଳେ ମାତ୍ର ଆଉ ଦିନେ ଦୁଇ ଦିନରେ ‘ସଞ୍ଜୁ’ ତାହାକୁ ପଛରେ ପକାଇପାରେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe