ସଂଜୟ ଦତ୍ତଙ୍କ ଦ୍ୱିତୀୟ ପତ୍ନୀ ରୀୟା ‘ସଂଜୁ’ ଦେଖିବା ପରେ ଦେଲେ ଏମିତି ପ୍ରତିକ୍ରିୟା

ସଂଜୟ ଦତ୍ତଙ୍କ ଦ୍ୱିତୀୟ ପତ୍ନୀ ରୀୟା ‘ସଂଜୁ’ ଦେଖିବା ପରେ ଦେଲେ ଏମିତି ପ୍ରତିକ୍ରିୟା

DNA India

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଂଜୁ’ବକ୍ସ ଅଫିସ୍‌ରେ ୩୦୦ କୋଟି ଟଙ୍କାର କ୍ଲବ୍‌ରେ ପହଞ୍ଚଛି। ଏହି ଫିଲ୍ମରେ ଅଭିନେତା ସଂଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ନିଖୁଣ ଅଭିନୟ କରିଥିବା ବେଳେ, ସଂଜୟଙ୍କ ପିତା ସୁନୀଲ୍‌ ଦତ୍ତଙ୍କ ଭୂମିକାରେ ବରିଷ୍ଠ ଅଭିନେତା ପରେଶ୍‌ ରାଓ୍ଵାଲ୍‌ ଏବଂ ସଂଜୁଙ୍କ ବନ୍ଧୁ ଭୂମିକାରେ ବିକ୍କି କୌଶଲ୍‌ ଅଭିନୟ କରିଛନ୍ତି। ତେବେ ଏବେ ସଂଜୟ ଦତ୍ତଙ୍କ ପୂର୍ବ ତଥା ଦ୍ୱିତୀୟ ପତ୍ନୀ ରୀୟା ପିଲ୍ଲାଇ ଫିଲ୍ମ ‘ସଂଜୁ’କୁ ଦେଖିବା ସହିତ ତାଙ୍କ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସୂଚନା ଅନୁସାରେ, ରୀୟା ପିଲ୍ଲାଇ ଅଭିନେତା ସଂଜୟ ଦତ୍ତଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ,୧୯୯୮ ମସିହାରେ ସେମାନଙ୍କ ବିବାହ ହୋଇଥିଲା। ହେଲେ ସଂପର୍କରେ ଦୂରତା ଆସିଯିବାରୁ ଉଭୟ ସଂଜୟ ଓ ରୀୟା ପରସ୍ପରକୁ ବର୍ଷ ୨୦୦୮ରେ ଛାଡ଼ପତ୍ର ଦେଇଥିଲେ। ତେବେ ରୀୟା ଏହି ଫିଲ୍ମକୁ ଦେଖିସାରିବା ପରେ ଆଶ୍ଚର୍ଯ୍ୟଚକିତ ହୋଇଥିବାର ତାଙ୍କର ପ୍ରତିକ୍ରିୟାରେ ଜଣାଇଛନ୍ତି। ସେ କହିଛନ୍ତି କି,ଫିଲ୍ମ‘ସଂଜୁ’ରେ ତାଙ୍କ ଚରିତ୍ରଟି ସଂପୂର୍ଣ୍ଣ ରୂପରେ ଗାୟବ୍‌ ରହିଛି।

publive-image morningcolumn.com

ଡିଏନ୍‌ଏର ରିପୋର୍ଟ ଅନୁସାରେ,ଫିଲ୍ମ ‘ସଂଜୁ’ରେ ମୁମ୍ବାଇ ବିସ୍ଫୋରଣ ସମୟରେ ଅଭିନେତା ସଂଜୟଙ୍କ ଜୀବନରେ ଆସିଥିବା ସମସ୍ତ ଉଠାଣି ଗଡାଣି ପରିସ୍ଥିତି ବିଷୟରେ ଦର୍ଶଯାଇଛି। ତେବେ ଏହି ସମୟରେ ଅଭିନେତା ସଂଜୟଙ୍କ ଜୀବନରେ ପୂର୍ବ ତଥା ଦ୍ୱିତୀୟ ପତ୍ନୀ ରୀୟା ପିଲ୍ଲାଇ ରହିଥିଲେ ବି ଫିଲ୍ମରେ ତାଙ୍କ ବିଷୟରେ କିଛି ବି ହେଲେ ଟିପ୍ପଣୀ ରହି ନାହିଁ। ଏଥିସହିତ ଏହି ଫିଲ୍ମରେ ସଂଜୟଙ୍କ ଝିଅ ତ୍ରିଶଳାଙ୍କ ଚରିତ୍ରକୁ ମଧ୍ୟ ଦର୍ଶାଯାଇନି। ଆଉ ଯଦି ମିଡ଼ିଆ ରିପୋର୍ଟସକୁ ମାନାଯାଏ ତ ତେବେ, ସଂଜୟ ଦତ୍ତଙ୍କ ଝିଅ ତ୍ରିଶଳା ନିଜ ମା’ ରିଚା ଶର୍ମା (ସଂଜୟଙ୍କ ପ୍ରଥମ ପତ୍ନୀ) ଏବଂ ତାଙ୍କ ଚରିତ୍ରକୁ ଫିଲ୍ମରେ ଦର୍ଶଯାଇନଥିବା ହେତୁ ପିତାଙ୍କ ଉପରେ ଅଭିମାନ କରିଛନ୍ତି। ହେଲେ ତ୍ରିଶଳାଙ୍କ ମା’ଙ୍କ ତରଫରୁ ଏ ପର୍ଯ୍ୟନ୍ତ କିଛି ବି ହେଲେ ପ୍ରତିକ୍ରିୟା ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe