ଦଶହରାରେ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍କର’

Advertisment
ଦଶହରାରେ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍କର’

ଭୁବନେଶ୍ବର:  ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶଙ୍କର’ ପୂଜା ବଜାରରେ ଦର୍ଶକଙ୍କ ନିକଟକୁ ଆସିବ। ଏଥିରେ ମୁଖ୍ୟ ଚରିତ୍ରରେ ନଜରକୁ ଆସିବେ ଦୁଇ ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଓ ଦେବାନନ୍ଦ। ଦେବାନନ୍ଦଙ୍କ ବିପକ୍ଷ ନାୟିକା ସାଜିଛନ୍ତି ଦିବ୍ୟାଦିଶା। ସିଦ୍ଧାନ୍ତ ପରିବାରର ବଡ଼ଭାଇ ଶଙ୍କର ଭୂମିକାରେ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶିବ, ସୁପ୍ରିୟା, କୁନା ତ୍ରିପାଠୀ, କେକେ, ବିଜୁ ବଡ଼ଜେନା, କାଳୀ, ଦୀପ୍ତିରେଖା ପଣ୍ଡା, ନୂପୁର ଘୋଷ, ମିତା ଚକ୍ରବର୍ତ୍ତୀ, ସୁଶାନ୍ତ, ଡାକ୍ତର ଅନନ୍ତ ଆଚାର୍ଯ୍ୟଙ୍କୁ ଏଇ ଫିଲ୍ମରେ ଦେଖିବାକୁ ମିଳିବ ।

ଏସ୍‌ଡି ଫିଲ୍ମସ ବ୍ୟାନର୍‌ରେ ନିର୍ମିତ ଏହି ସିନେମାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହ ନିର୍ଦେଶନା ଦେଇଛନ୍ତି ଏନ୍ ପାଢ଼ୀ। ଏହାର ସଂଳାପକାର ମନୋରଂଜନ ଦାସ ଏବଂ ସଙ୍ଗୀତକାର ହେ‌ଲେ ବୈଦ୍ୟନାଥ ଦାଶ। ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅରବିନ୍ଦ ସାହୁ ଏବଂ ଚିତ୍ରୋତ୍ତୋଳନ କରିଛନ୍ତି ଅଜିତ ଦାସ। ଦଶହରାରେ ଏହାର ଶୁଭମୁକ୍ତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe