‘ଚାରିଧାମ’ ଛାଡ଼ିଲେ ସନ୍‌ମୀରା

Advertisment

ପ୍ରାୟ ତିନିବର୍ଷ ହେବ ପରଦାରେ ଦେଖିବାକୁ ମିଳି ନଥିବା ନାୟିକା ସନ୍‌ମୀରା ଅନୁଭବଙ୍କ ଅଭିନୀତ ‘ଚାରିଧାମ’ରୁ ଓହରି ଯାଇଛନ୍ତି। ‘ସପନର ପଥେ ପଥେ’, ‘ଲୈଲା ଓ ଲୈଲା’, ‘ଲଭ୍ ଏକ୍ସପ୍ରେସ୍’, ‘ଲୋକାଲ୍ ଟୋକା ଲଭ୍....

ପ୍ରାୟ ତିନିବର୍ଷ ହେବ ପରଦାରେ ଦେଖିବାକୁ ମିଳି ନଥିବା ନାୟିକା ସନ୍‌ମୀରା ଅନୁଭବଙ୍କ ଅଭିନୀତ ‘ଚାରିଧାମ’ରୁ ଓହରି ଯାଇଛନ୍ତି। ‘ସପନର ପଥେ ପଥେ’, ‘ଲୈଲା ଓ ଲୈଲା’, ‘ଲଭ୍ ଏକ୍ସପ୍ରେସ୍’, ‘ଲୋକାଲ୍ ଟୋକା ଲଭ୍....

fhgdjbcbnbcn

ପ୍ରାୟ ତିନିବର୍ଷ ହେବ ପରଦାରେ ଦେଖିବାକୁ ମିଳି ନଥିବା ନାୟିକା ସନ୍‌ମୀରା ଅନୁଭବଙ୍କ ଅଭିନୀତ ‘ଚାରିଧାମ’ରୁ ଓହରି ଯାଇଛନ୍ତି। ‘ସପନର ପଥେ ପଥେ’, ‘ଲୈଲା ଓ ଲୈଲା’, ‘ଲଭ୍ ଏକ୍ସପ୍ରେସ୍’, ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଓ ‘ଗୁପ୍‌ଚୁପ୍‌’ ଭଳି ଓଡ଼ିଆ ସିନେମାର ନାୟିକା ସନ୍‌ମୀରାଙ୍କ ଅଭିନୀତ କୌଣସି ଛବି ନିକଟରେ ରିଲିଜ୍‌ ହୋଇନାହିଁ। ଅନ୍ୟ ପକ୍ଷରେ ହାତରେ ଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଚାରିଧାମ’କୁ  ସନ୍‌ମୀରା ହାତଛଡ଼ା କରିଛନ୍ତି। ଏହି ଫିଲ୍ମରେ ସନ୍‌ମୀରା ପ୍ରଥମଥର ଲାଗି ଓଲିଉଡ୍‌ର ଆଗଧାଡ଼ିର ନାୟକ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ଅଭିନୟ କରିଥାନ୍ତେ।

ତେବେ ଯେଉଁ ପରିସ୍ଥିତିରେ ‘ଚାରିଧାମ’ ଛାଡ଼ିବାକୁ ବାଧ୍ୟହେଲେ ସେ ସଂପର୍କରେ ସନ୍‌ମୀରା କହନ୍ତି, ‘‘ଯେଉଁ ସମୟରେ ପ୍ରଯୋଜନା ସଂସ୍ଥା ସୁଟିଂ ପାଇଁ ଡେଟସ୍ ଚାହିଲେ, ସେ ସମୟରେ ମୋର ପରୀକ୍ଷା ଥିଲା। ଏଣୁ  ମୁଁ ବିନମ୍ରତାର ସହ ମନା କରିଥିଲି। ବର୍ତ୍ତମାନ ମୁଁ ପାଠକୁ ଅଧିକ ଗୁରୁତ୍ବ ଦେଉଛି, ତେଣୁ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲି।’’

୨୦୨୪ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘କୁହୁଡ଼ି’ର ନିର୍ମାତା ହିମାଦ୍ରୀତନୟ ଦାସ ‘ଚାରିଧାମ’ର ପ୍ରଯୋଜନା କରୁଥିବା ବେଳେ ତାପସ ସରଘରିଆ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଅଖିଳ ରାଉତରାୟଙ୍କ କାହାଣୀ ଆଧାରିତ ଏହି ସିନେମାର ଚିତ୍ରନାଟ୍ୟ ରଚନା କରିଛନ୍ତି ସୁରେଶ ପଟ୍ଟନାୟକ। କୁମାର ଶ୍ରୀ ଏହାର ସଂଳାପ ଲେଖିଥିବା ବେଳେ ବିଭୁତିଭୂଷଣ ଗଡ଼ନାୟକ ଓ ବୈଦ୍ୟନାଥ ଦାସ 
ସ୍ବର ସଂଯୋଜନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe