ଏହି କାରଣରୁ ନିଜ ବିବାହ ଓ ମାଆ ହେବା କଥା ଲୁଚାଇଥିଲେ ସପ୍‌ନା ଚୌଧୁରୀ

ଏହି କାରଣରୁ ନିଜ ବିବାହ ଓ ମାଆ ହେବା କଥା ଲୁଚାଇଥିଲେ ସପ୍‌ନା ଚୌଧୁରୀ

ମୁମ୍ବାଇ: ହରିଆଣୀ କଣ୍ଠଶିଳ୍ପୀ ସପ୍‌ନା ଚୌଧୁରୀଙ୍କ ବୃତ୍ତିଗତ ଜୀବନ ଏକ ଖୋଲା ପୁସ୍ତକ ପରି। ମାତ୍ର ତାଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଗୋପନ ରହିଆସିଛି। ସପ୍‌ନାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲୋକେ ଚର୍ଚ୍ଚା କିନ୍ତୁ ଖୁବ୍‌ କରନ୍ତି। ଜଣେ ଲୋକପ୍ରିୟ ଗାୟିକା ଭାବେ ଲୋକଙ୍କ ମନରେ ରାଜ୍‌ କରିସାରିବା ପରେ ସେ ଲୁଚିଛପି ବିବାହ କରିବା କଥା ସମସ୍ତଙ୍କୁ ଚକିତ କରି ଦେଇଥିଲା। କେବଳ ସେତିକି ନୁହେଁ, ସପ୍‌ନା ମାଆ ବନିବାକୁ ଯାଉଛନ୍ତି ବୋଲି ଖବର ମିଳିବା ପରେ ପ୍ରଶଂସକ ଆହୁରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ନିଜର ବାହାଘର ଓ ଗର୍ଭଧାରଣକୁ ଗୋପନ ରଖିବା କାରଣ ସପ୍‌ନା ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ସେ କହିଛନ୍ତି କି ପରିବାର ମଧ୍ୟରେ ଥିବା କିଛି ସମସ୍ୟା ପାଇଁ ତାଙ୍କୁ ତାଙ୍କ ଜୀବନର ସବୁଠାରୁ ଖୁସି ଖବରକୁ ଲୁଚାଇବାକୁ ପଡ଼ିଥିଲା।

ବିବାହର ଗୋଟାଏ ମାସ ପରେ ହିଁ ସେ ଗର୍ଭବତୀ ହୋଇ ଯାଇଥିଲେ। ସେ କହିଛନ୍ତି କି ବୀର ସାହୁ ଓ ସେ ପରସ୍ପରଙ୍କୁ ଖୁବ୍ ଭଲପାଉଥିଲେ ଓ ବିବାହ ବି କରିଥିଲେ। ସେମାନଙ୍କ ପରିବାରରେ ଏକାସାଥୀରେ ୨-୩ ଜଣ କମ୍‌ ବୟସ୍କଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ସେ ଦୁହେଁ ନିଜ ବାହାଘର ବିଷୟରେ କାହାକୁ କହିନଥିଲେ। ମାତ୍ର କିଛି ବୋକା ଲୋକ ସେହି କଥାକୁ ଅନ୍ୟ ପ୍ରକାରେ ପ୍ରଘଟ କଲେ ବୋଲି ସପ୍‌ନା କହିଛନ୍ତି।

ସପ୍‌ନା ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତ‌ାଙ୍କ ସ୍ବାମୀ ବି ବୃତ୍ତିରେ ଜଣେ କଣ୍ଠଶିଳ୍ପୀ ଓ ଅଭିନେତା। ସେମାନଙ୍କର ଏକ ପୁଅ ଅଛି, ଯାହାକୁ ସପ୍‌ନା ଗଣମାଧ୍ୟମରୁ ଦୂରରେ ରଖନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe