ସପ୍‌ନା ଚୌଧୁରୀଙ୍କୁ ମଞ୍ଚରେ ବସାଇ ଫୁଲ ଥିବା ଥାଳିରେ ଗୋଡ଼ ଧୋଇଦେଇ ଟ୍ରୋଲ୍‌ ହେଲେ ପ୍ରଶଂସକ

Advertisment
ସପ୍‌ନା ଚୌଧୁରୀଙ୍କୁ ମଞ୍ଚରେ ବସାଇ ଫୁଲ ଥିବା ଥାଳିରେ ଗୋଡ଼ ଧୋଇଦେଇ ଟ୍ରୋଲ୍‌ ହେଲେ ପ୍ରଶଂସକ

ମୁମ୍ବାଇ: ଜଣାଶୁଣା ଗାୟିକା, ନାୟିକା ତଥା ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀ ଆଜି ଜଣେ ବଡ଼ ଷ୍ଟାର୍‌ ବନି ସାରିଛନ୍ତି। ତାଙ୍କର ଏପରି ବି କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ କି ସପ୍‌ନାଙ୍କୁ ଦେବୀ ଭଳି ପୂଜା କରନ୍ତି। ଏକଥାଟି ହୁଏତ ଆପଣଙ୍କୁ ବିଶ୍ବାସ ନହୋଇଥାଇପାରେ। ମାତ୍ର ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓ ଏହା ହିଁ ସ୍ପଷ୍ଟ କରୁଛି।

ଭିଡିଓଟିକୁ ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ପ୍ରଶଂସକ କିପରି ସପ୍‌ନାଙ୍କ ପାଦ ଛୁଇଁ ତାଙ୍କ ଚରଣ ଜଳକୁ ନେଇ ପିଇ ଦେଉଛନ୍ତି ତାହା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ହରିଆଣାର ଏହି ନୃତ୍ୟଶିଳ୍ପୀ ଅନେକଙ୍କ ମନରେ ରାଜ୍‌ କରୁଥିବା ବେଳେ କିଛି ଲୋକଙ୍କ ପାଇଁ ଦେବୀ ପାଲଟି ଯାଇଛନ୍ତି।ୟ

ଭିଡିଓରେ ଦୃଶ୍ୟମାନ ହୋଇଛି ଯେ ସପ୍‌ନା ଏକ ମଞ୍ଚ ଉପରେ ବସିଛନ୍ତି। ଫୁଲରେ ସଜା ହୋଇଥିବା ଏକ ଥାଳିରେ ସପ୍‌ନାଙ୍କ ପାଦ ରଖାଯାଇଛି। ପ୍ରଶଂସକ ଜଣକ ବୋତଲ୍‌ ପାଣିରେ ତାଙ୍କ ପାଦ ଧୋଉଛନ୍ତି। ତାପରେ ସେ ସପ୍‌ନାଙ୍କ ପାଦ ଧୁଆ ପାଣିକୁ ସର୍ବସମ୍ମୁଖରେ ପିଉଛନ୍ତି।

ତେବେ ସପ୍‌ନାଙ୍କର ଏହି ପ୍ରଶଂସକଙ୍କୁ ଲୋକ ଜୋର୍‌ଦାର ଟ୍ରୋଲ୍‌ କରୁଛନ୍ତି। ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଖୁବ୍‌ ବେକାର କାମ’। ଅନ୍ୟ ଜଣେ ‌ବ୍ୟବହାରକାରୀ ଲେଖିଛନ୍ତି, ‘କିପରି ପ୍ରଶଂସକ?‌ ମୋତେ ତ ଇଏ ବିଲ୍‌କୁଲ୍‌ ଫାଲ୍‌ତୁ ଲାଗୁଛନ୍ତି’।

ତେବେ ସପ୍‌ନା ଭିଡିଓରେ ଟିକେ ଅସହଜ ମନେ କଲା ପରି ଲାଗୁଛନ୍ତି। ତେବେ ସେ ମୁରୁକା ହସ ମାରୁଥିବା ବି ଦେଖିବାକୁ ମିଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe