ନାନା ବିବାଦରେ ତନୁଶ୍ରୀଙ୍କୁ ସମର୍ଥନ କଲେ ଅଭିନେତ୍ରୀ ସପ୍ନା ପାବି; ଏକ ଅସହଜ ମୁହୂର୍ତ୍ତକୁ ମନେ ପକାଇଲେ

Advertisment
ନାନା ବିବାଦରେ ତନୁଶ୍ରୀଙ୍କୁ ସମର୍ଥନ କଲେ ଅଭିନେତ୍ରୀ ସପ୍ନା ପାବି; ଏକ ଅସହଜ ମୁହୂର୍ତ୍ତକୁ ମନେ ପକାଇଲେ

ମୁମ୍ବାଇ: ଗତ କିଛି ଦିନ ହେବ ନାନା ପାଟେକର ଓ ତନୁଶ୍ରୀ ଦତ୍ତଙ୍କୁ ନେଇ ଚାଲିଥିବା ବିବାଦରେ ବହୁ ସିନେ କଳାକାର ଏ ନେଇ ନିଜର ମତ ରଖି ସାରିଲେଣି। ଏବେ ଏହି ବିବାଦରେ ତନୁଶ୍ରୀଙ୍କୁ ସମର୍ଥନ କରିଛନ୍ତି ଅଭିନେତ୍ରୀ ସପ୍ନା ପାବି। ସେ କହିଛନ୍ତି କି ନିଜ ସହ ହୋଇଥିବା ଭୁଲ୍‌ କାମ ବିରୋଧରେ ସ୍ୱର ଉଠାଇବା ପାଇଁ ତନୁଶ୍ରୀ ନାରୀମାନଙ୍କୁ ସାହସ ଦେଉଛନ୍ତି। ଏହା କହିବା ସହ ସେ ନିଜ ସହ ସୁଟିଂ ସେଟ୍‌ରେ ହୋଇଥିବା ଏକ ଅସହଜ କଥାକୁ ମନେ ପକାଇଛନ୍ତି।

View this post on Instagram

#ibelievetanushreedutta #hertoo These are my experiences, my thoughts, my opinions and my feelings. Just sharing ??❤️☮️

A post shared by Sapna Pabbi (@sapnapabbi_sappers) on

ତନୁଶ୍ରୀଙ୍କୁ ସମର୍ଥନ କରିବା ସହ ନିଜ ସଂପର୍କରେ ସ୍ୱପ୍ନା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି କି ‘ଗଭୀର ଭାବରେ କିଛି ଅନୁଭବ କରିବା ପରେ ଏହା ହେଉଛି ମୋ ସ୍ୱର ଏବଂ ମୋ ମତ। ମୁଁ ତନୁଶ୍ରୀଙ୍କୁ ସମର୍ଥନ କରୁଛି। ମୋ ସହ ବି ଏପରି କିଛି ଘଟିଥିଲା। ମୋତେ ଭୁଲ୍‌ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା। ଅନ୍ୟ ସମସ୍ତ ନାରୀ କୁଆଡ଼େ ଯାଇଛନ୍ତ? ମହିଳାମାନଙ୍କ ସହ ବାରମ୍ବାର ଘଟୁଥିବା ଏପରି ଘଟଣାରେ ମୁଁ ଅନେକ ଦୁଃଖୀ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe