ସାରା ଅଲ୍ଲୀ ଖାନ୍‌ଙ୍କୁ ଭାଇ ଓ ମା’ କହିଲେ ଚୁଗୁଲିଖୋର୍‌

Advertisment
ସାରା ଅଲ୍ଲୀ ଖାନ୍‌ଙ୍କୁ ଭାଇ ଓ ମା’ କହିଲେ ଚୁଗୁଲିଖୋର୍‌

Hindustan Times

ଲକଡାଉନ୍‌ରେ ବଲିଉଡ୍‌ କଳାକାରମାନେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ରହିଥିବା ବେଳେ ନିକଟରେ ସାରା ଅଲ୍ଲୀ ତାଙ୍କ ଭାଇ ଇବ୍ରାହିମ ଓ ମା’ ଅମୃତା ସିଂହଙ୍କ ସହ ଏକ ଟିକଟକ୍‌ ଭିଡିଓ ପ୍ରସ୍ତୁତ କରି ସେୟାର କରିଛନ୍ତି। ସେଇ ଭିଡିଓରେ ପଚରା ଯାଇଛି ୩ ଜଣଙ୍କ ମଧ୍ୟରୁ ସବୁଠୁ ପ୍ରସିଦ୍ଧ କିଏ। ସାରା ଓ ଇବ୍ରାହିମ ନିଜ ମା’ଙ୍କ ଆଡ଼କୁ ଅଙ୍ଗୁଳି ଦେଖାଉଛନ୍ତି। ପରେ ପଚରା ଯାଉଛି ସ୍କୁଲ୍‌ରେ ସବୁଠୁ ଭଲ ଗ୍ରେଡ୍‌ କାହାର ଆସିଥିଲା। ଏଥିରେ ସମସ୍ତେ ସାରାଙ୍କ ଆଡ଼କୁ ଅଙ୍ଗୁଳି ଦେଖାଉଛନ୍ତି। ପରବର୍ତୀ ପ୍ରଶ୍ନଟି ଥିଲା, ସବୁଠୁ ଜିଦିଆ କିଏ? ଏହାର ଜବାବରେ ସାରା ଅଲ୍ଲୀଙ୍କ ଆଡ଼କୁ ସବୁ ଅଙ୍ଗୁଳି ନିର୍ଦେଶ ହୋଇଛି। ପରେ ପଚରା ଯାଇଥିଲା, ସବୁଠୁ ବେଶି ଚୁଗୁଲି କିଏ କରେ? ଏହାର ଉତ୍ତରରେ ଇବ୍ରାହିମ ଓ ସାରା ପରସ୍ପର ଆଡ଼କୁ ଅଙ୍ଗୁଳି ଦେଖାଉଥିବା ବେଳେ ମା’ ଅମୃତା ସାରାଙ୍କ ଆଡ଼କୁ ଇସାରା କରୁଛନ୍ତି। ଏହି ଭିଡିଓକୁ ପୋଷ୍ଟ କରିବା ବେଳେ ସାରା ଲେଖିଛନ୍ତି, ‘ସିଂହ ହିଁ କିଙ୍ଗ୍‌’। ୩ଜଣଙ୍କର ମସ୍ତିଭରା ଏହି ଭିଡିଓ ଖୁବ ଭାଇରାଲ୍‌ ହେଉଥିବା ବେଳେ ପସନ୍ଦ କରାଯାଉଛି। ସାରା ଖୁବଶୀଘ୍ର ‘କୁଲି ନମ୍ବର ୱାନ୍’ ଓ ‘ଅତରଙ୍ଗୀ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe